ମାନ କଲେ ମହାରଥୀ, ରାତି ସାରା ଉପାସ । ପ୍ରମିଳା କହିଲେ, ଯାତ୍ରା ଡାଇଲଗ୍ ମାରୁଛନ୍ତି ମହାରଥୀ ।

317

କନକ ବ୍ୟୁରୋ: ମହାରଥୀ ବନାମ ମନ୍ତ୍ରୀଙ୍କ ମଧ୍ୟରେ ଲାଗିଥିବା ନିଆଁରେ ଘିଅ ଢ଼ାଳିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଗତକାଲି ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଆକ୍ଷେପ ନେଇ ଆଜି ଗୃହରେ ମହାରଥୀ ରଖିଥିବା ଜବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା । ମନ୍ତ୍ରୀଙ୍କ କଥା ତାଙ୍କୁ ବାଧିଥିଲା ବୋଲି ସେ କାଲି ରାତିରୁ କିଛି ଖାଇ ନାହାନ୍ତି ବୋଲି କହିଲେ ମହାରଥୀ । ଏନେଇ ପ୍ରମିଳା କହିଛନ୍ତି କି, “ମହାରଥୀଙ୍କ କହିବା ଷ୍ଟାଇଲ୍ ସେହିଭଳି , ଯାତ୍ରା ପାର୍ଟି ରୋଲ୍ ଭଳି ଡାଇଲଗ୍ ମାରନ୍ତି ମହାରଥୀ । ସେ ଜଣେ ଡାଇବେଟିସ୍ ରୋଗୀ , କଲିଠୁ ଖାଇନାହାନ୍ତି କ’ଣ ଉପାସରେ ବିଧାନସଭା ଆସିଛନ୍ତି କି ବୋଲି କହି କଟାକ୍ଷ କରିଛନ୍ତି ପ୍ରମିଳା ।

ଏପରିକି ତାଙ୍କ ଅଭିମାନ କିଛି ନାହିଁ. ତାଙ୍କର କହିବା ଷ୍ଟାଇଲ୍ ସବୁବେଳେ ଏମିତି ଯାତ୍ରା ପାର୍ଟିର ରୋଲ୍ ଭଳି କହନ୍ତି । ତାଙ୍କ କଥାକୁ ଏତେ ସିରିୟସ ନହେବାକୁ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ପ୍ରମିଳା । ଆଉ ସରକାରଙ୍କ ପ୍ରତି ମହାରଥୀଙ୍କର କୌଣସି ରାଗ କି ଅଭିମାନ ମଧ୍ୟ ନାହିଁ ବୋଲି ସଫେଇ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ଅନ୍ୟପଟେ ଗତକାଲି ଶୀତଳ ଭଣ୍ଡାର ଓ ଆଳୁ ମିଶନ ନେଇ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀଙ୍କ ମଧ୍ୟରେ ତୁତୁ ମେଁମେଁ ଲାଗି ରହିଛି । ଗତକାଲି ମହାରଥୀଙ୍କୁ ନିରଞ୍ଜନ କରିଥିବା ଆକ୍ଷେପ ନେଇ ଗୃହରେ ଜବାବ୍ ରଖିଛନ୍ତି ମହାରଥୀ । ଶାଣିତ ସ୍ୱରରେ ନିରଞ୍ଜନଙ୍କୁ ଜବାବ୍ ଦେଇ ମହାରଥୀ କହିଛନ୍ତି କି, ମନ୍ତ୍ରୀ ଦେଇଥିବା ତଥ୍ୟ ସମ୍ପୂର୍ଣ୍ଣ ଭୂଲ, ତାଙ୍କ କଥା ମୋତେ ବହୁତ ବାଧିଛି, ତେଣୁ କାଲି ରାତିରୁ ସେ କିଛି ଖାଇନଥିବା କହିଛନ୍ତି ମହାରଥୀ । ଏବଂ ମନ୍ତ୍ରୀ ଦେଇଥିବା ବିବୃତିକୁ ତୁରନ୍ତ ଫେରାଇ ନିଅନ୍ତୁ ବୋଲି କଡ଼ା ଚେତାବନୀ ଦେଇଛନ୍ତି ମହାରଥୀ ।