ନାମାଙ୍କନ ଭରିଲେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ! ବିଶାଳ ରାଲିରେ ଆସି ଦଳ ଦେଖାଇଲା ବଳ

53

କନକ ବ୍ୟୁରୋ : ବିଜେପୁରରେ ରାତାରାତି ବଦଳୁଛି ରାଜନୀତି ପାଣିପାଗ । ରାଜନୀତିର ରାଜନୈତିକ ବିଷାରଦଙ୍କୁ ଚକ୍ମା ଦେଉଛି ବିଜେପୁର ରାଜନୀତି । ବିଜେପୁର ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି । ଆଜି ବିଜେଡି ପ୍ରାର୍ଥୀ ତଥା ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ବିଜେଡ଼ି ପ୍ରାର୍ଥୀ ରୀତା ସାହୁ । ପଦ୍ମପୁର ଉପଜିଲ୍ଲାପାଳ ଅଫିସରେ ଦାଖଲ ହେଲା ନାମାଙ୍କନ । ବିଶାଳ ରାଲିରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ରୀତା ସାହୁ ।

bijepur ସୂଚନାଯୋଗ୍ୟ ବିଜେପୁର ନିର୍ବାଚନ ପାଇଁ ନୂଆ ଚେହେରା କିନ୍ତୁ ବିଜେପୁର ବାସୀଙ୍କ ପାଇଁ ନୂଆ ନୁହଁନ୍ତି ରୀତା । କେବଳ ଦଳ ପରିବର୍ତ୍ତନ କରି କଂଗ୍ରେସ ଛାଡି ବିଜେଡି ହାତ ଧରିଛନ୍ତି ରୀତା । ଚଳିତ ଉପନିର୍ବାଚନରେ ରୀତା ସାହୂଙ୍କୁ ସପକ୍ଷରେ ଅନୁକମ୍ପାର ଭୋଟ ଦେଖିବାକୁ ମିଲିବ ବୋଲି ଆଶା କରାଯାଉଛଇ । କାରଣ ତାଙ୍କ ସ୍ୱାମୀ ସ୍ୱର୍ଗତଃ ସୁବଳ ସାହୁ ବିଜେପୁର ଆସନରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଜେପୁର ଏକରକମ ସୁବଳ ସାହୁଙ୍କ ଗଡ ଭାବେ ପରିଚିତ ଥିଲା । ତେବେ ତାଙ୍କ ଦେହାନ୍ତ ପରେ ସେହି ଆସନରୁ ପ୍ରଥମଥର ନିର୍ବାଚନର ସାମ୍ନା କରିବେ ରୀତା । ତେଣୁ ସୁବଳଙ୍କ ପ୍ରତି ଥିବା ଲୋକଙ୍କ ସମର୍ଥନ ରୀତା ସାହୁଙ୍କ ସପକ୍ଷରେ ଯିବାର ଅଧିକ ସମ୍ଭାବନା ରହିଛି । ଏହା ତାଙ୍କ ବିଜୟପଥକୁ ସୁଗମ କରିବ ବୋଲି ତାଙ୍କର ସମର୍ଥକ କହିଛନ୍ତି ।

ସେପଟେ, ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଦଳ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ପୂର୍ବରୁ ଶୁକ୍ରବାର ଦିନ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି ।