ମହାନଦୀକୁ ବଞ୍ଚାଇବା ପାଇଁ ବିଜେଡ଼ିର ମହାଲଢେଇ ! ୧୬ ତାରିଖରେ ମହାନଦୀ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ , ୧୫୦୦ କିଲୋମିଟର ଯାତ୍ରାରେ ଲୋକଙ୍କୁ ମହନଦୀ ସଂକଟ ବିଷୟରେ ଅବଗତ କରିବ ବିଜେଡ଼ି

28

କନକ ବ୍ୟୁରୋ : ମହାନଦୀର ମହାସଂକଟକୁ ଟାଳିବା ପାଇଁ ବିଜେଡ଼ି ଆରମ୍ଭ କରିବ ମହାନଦୀ ସୁରକ୍ଷା ଅଭିଯାନ । ମହାନଦୀକୁ ବଞ୍ଚାଇବାକୁ ଦ୍ୱିତୀୟ ପଯ୍ୟାୟ ଅଭିଯାନ ଆରମ୍ଭ କରିବ ବିଜେଡ଼ି । ଏନେଇ ଏକ ରୋଡ଼ମ୍ୟାପ ପ୍ରସ୍ତୁତ କରିଛି ବିଜୁ ଜନତା ଦଳ । ଏନେଇ ପ୍ରେସମିଟରେ ସୂଚନା ଦେଇଛି ବିଜେଡ଼ି । ଚଳିତ ମାସ ୧୬ ତାରିଖରେ ଏହି ଜାଗରଣ ଯାତ୍ରାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନଦୀର ପ୍ରବେଶ ସ୍ଥାନ ବରଗଡ଼ ଓ ଝାରସୁଗୁଡାରୁ ଏହି ଜାଗରଣ ଯାତ୍ରା ଆରମ୍ଭ କରାଯିବ । ମହାନଦୀର ଅବବାହିକାରେ ଥିବା ୧୫ଟି ଜିଲ୍ଲାର ୪୫ଟି ନିର୍ବାଚନମଣ୍ଡଳୀର ବ୍ଲକର ପାଖାପାଖି ୧୫୦୦ କିଲୋମିଟର ପରିକ୍ରମା କରିବା ପରେ ପରାଦ୍ୱୀପରେ ଏହି ଯାତ୍ରା ଶେଷ ହେବ ।

mahanadi riverଏହି କାର୍ଯ୍ୟକ୍ରମ ସମୟରେ ମହାନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡିକର ଲୋକମାନଙ୍କୁ ମହାନଦୀ ସଂକଟର ପ୍ରକୃତ ଚିତ୍ର ଉପସ୍ଥାପନ କରାଯିବ । ଏହାଛଡ଼ା ମହାନଦୀକୁ ବିଲୀନ କରିବାକୁ ଯେଉଁ ଷଡ଼ଯନ୍ତ୍ର କରାଯାଉଛି ସେନେଇ ଲୋକଙ୍କୁ ଅବଗତ କରାଯିବ । ମହାନଦୀର ସୁରକ୍ଷା ପାଇଁ ଏହି ଜନଜାଗରଣ ଯାତ୍ରାରେ ଛାତ୍ର, ଯୁବକ, କୃଷକ, ମତ୍ସ୍ୟଜୀବୀ, ମହିଳା, ବୃଦ୍ଧିଜୀବୀ ଓ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ସାମିଲ କରାଯିବା ନେଇ ବିଜେଡ଼ି ପକ୍ଷରୁ କୁହାଯାଇଛି ।