କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀ ସମୁଦ୍ରରେ ଭାସିଲା ବିଜେଡି ବୋଇତ ! ମଝିରେ ଜଗନ୍ନାଥ, ଦୁଇପଟେ ନବୀନ ଓ ମହେଶ୍ୱର

59

କନକ ବ୍ୟୁରୋ : କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହୋଦଧିରେ ଭାସିଲା ଶଙ୍ଖ ବୋଇତ । ସକାଳୁ ସକାଳୁ ପୁରୀରେ ଦେଖିବାକୁ ମିଳିଥିଲା ଏହି ଭଳି ଦୃଶ୍ୟ । ବୋଇତର ମଝିରେ ଥିଲା ଶ୍ରୀଜଗନ୍ନାଥଙ୍କ ବିଗ୍ରହ, ଏହାର ଗୋଟିଏ ପାର୍ଶ୍ୱରେ ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଟ୍ ଆଉଟ୍ । ଅନ୍ୟପାଶ୍ୱର୍ରେ ଥିଲା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କର ଏକ କଟ୍ ଆଉଟ୍ । ଏହା ସହ ବୋଇତରେ ରହିଥିଲା ବିଜେଡିର ଦଳୀୟ ଚିହ୍ନ ଏବଂ ଦଳୀୟ ପତାକା ।

ଏହି ବୋଇତ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି ହୋଇଥିଲା । ଗୋଟିଏ ପଟେ ସମୁଦ୍ରର ଢେଉରେ ଦୋଳି ଖେଳୁଥିବା ଭଳି ଆଗେଇ ଚାଲିଥିଲା ବୋଇତ । ଅନ୍ୟପଟେ ଏହି ବୋଇତକୁ ନେଇ ଲାଗିଥିଲା ରାଜନୀତିର ରଙ୍ଗ । ଜଗନ୍ନାଥଙ୍କୁ ବୋଇତରେ ଭସାଇବାକୁ ନାପସନ୍ଦ କରିଥିଲେ ବୁଦ୍ଧିଜୀବୀ । ବିନାଶ ବେଳେ ବିପରୀତ ବୁଦ୍ଧି ବୋଲି କହିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

 କାର୍ତ୍ତିକ ପୂର୍ଣ୍ଣିମାରେ ରାଜ୍ୟର ବିଭିନ୍ନ ଅଂଚଳରେ ବୋଇତ ବନ୍ଦାଣ ହୋଇଛି । ମନ୍ତ୍ରୀ, ବିଧାୟକ ମଧ୍ୟ ଏହିସବୁ ଉତ୍ସବରେ ସାମିଲ ହୋଇଛନ୍ତି । ତେବେ ପୁରୀ ମହୋଦଧିରେ ରାଜନୀତିର ରଙ୍ଗ ଲାଗିଥିବା ଏହି ବୋଇତ, ବେଶ ଚର୍ଚ୍ଚା ସୃଷ୍ଟି କରିଛି ।