ଋଷି ମୃତ୍ୟୁ ମାମଲାରେ ଜାଗମରା ଜନତା ଦରବାରରେ ଖଣ୍ଡଯୁଦ୍ଧ: ବିଜେଡି- ବିଜେପି ମୁହାଁମୁହିଁ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମେୟରଙ୍କ ଯୈାନ କେଳେଙ୍କାରୀ ଘଟଣାକୁ ନେଇ ଜାଗମରାରେ ଉତେଜନା ଦେଖାଦେଇଛି । ଯୈାନ କେଳେଙ୍କାରୀ ଘଟଣାକୁ ବିଜେପି ମାଇକ ଲଗାଇ ଜାଗମରାର ୬୩ ନଂ ୱାର୍ଡରେ ପ୍ରଚାର କରୁଥିବାବେଳେ ଉକ୍ତ ଗାଡିକୁ ଭଙ୍ଗାରୁଜା କରିବା ସହିତ ବିରୋଧ କରାଯାଇଛି । ଏହାକୁ ନେଇ ଉଭୟ ବିଜେପି ବିଜେଡି ମଧ୍ୟରେ ଗଣ୍ଡଗୋଳ ହେବାରୁ ୩ ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି ।

ଏହି ଘଟଣାକୁ ନେଇ ଖଣ୍ଡଗିରି ଥାନାରେ ଉଭୟ ପଟୁ ଏଫଆଇଆର କରାଯାଇଛି । ବିଜେପିର ଜନ ଦରବାର କାର୍ଯ୍ୟକ୍ରମରେ ମେୟରଙ୍କ ଯୈାନ କେଳେଙ୍କାରୀ ଏବଂ ଋଷି ମୁତ୍ୟୁ ଘଟଣାକୁ ନେଇ ବିଭିନ୍ନ ୱାର୍ଡରେ ପ୍ରଚାର କରାଯାଉଥିବା ବେଳେ ଏଭଳି ଘଟଣା ଘଟିଛି ।