ଜୋର ଧରିଲା ସରକାର ବିରେଧୀ ସ୍ୱର : କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ୨୯ରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବ ବିଜେପି

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବରଗଡରେ କେନ୍ଦ୍ର ମନ୍ତ୍ରୀଙ୍କ ଉପରେ ଆକ୍ରମଣ ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ହୋଇଥିବା ଅଭିଯୋଗ ଆଣିଛି ବିଜେପି । ଏହା ପ୍ରତିବାଦରେ ଲୋକଙ୍କ ପାଖକୁ ଯିବ ଦଳ । ଆସନ୍ତା ୨୯ରେ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ । ଦୁଇଟି ପର୍ଯ୍ୟାୟରେ ରାଜ୍ୟ ବିଜେପିର ବରିଷ୍ଠ ନେତାଙ୍କୁ ନେଇ ବସିଥିବା ବୈଠକରେ ଏନେଇ ସ୍ଥିର ହୋଇଛି । ସେହିପରି ଜୁଲାଇ ୪ ତାରିଖରେ ଦଳ ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ । ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବା ଲାଗି ମଧ୍ୟ ସ୍ଥିର କରାଯାଇଛି । ବରଗଡରେ ବିଜେଡି ଦାଦାଗିରିର ଜବାବ ଦେବାପାଇଁ ଦଳ ଲୋକଙ୍କ ପାଖକୁ ଯିବ ବୋଲି ବିଜେପି କୋର କମିଟି ବୈଠକରେ ନିଷ୍ପତି ନିଆଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବାର ୨୪ ଘଂଟା ପରେ ମଧ୍ୟ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଦଳ ନବୀନଙ୍କୁ ଟାର୍ଗେଟ କରିଛି ।