ନଗଡ଼ା ପାଇଁ ଝଗଡ଼ା ! ସ୍ଥିତି ଅନୁଧ୍ୟାନ ପାଇଁ ବିଜେପି ଟିମ୍ ଯାଇଥିବା ବେଳେ ବାଟ ଓଗାଳିଲା ବିଜେଡି

31

କନକ ବ୍ୟୁରୋ : ନଗଡାକୁ ନେଇ ଝଗଡା । ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ଆଜି ଯାଜପୁର ଜିଲ୍ଲା ନଗଡା ଅଂଚଳର ସ୍ଥିତି ଅନୁଧ୍ୟାନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ନେତୃତ୍ୱରେ ବିଜେପିର ଏକ ୭ ଜଣିଆ ପ୍ରତିନିଧି ଦଳ ଗସ୍ତ କରିଥିଲା । ଏମାନଙ୍କ ସୁକିନ୍ଦା ଓ କାଳିଆପାଣିରେ କିଛି ବ୍ୟକ୍ତି ବିରୋଧ କରିଥିଲେ । ନାରାବାଜି କରିବା ସହ ସେମାନେ ଫେରିିବାକୁ ଦାବି କରିଥିଲେ । ଏନେଇ ବିଜେପି କର୍ମୀଙ୍କ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଆରପଟେ ବିଜେଡି ବିଧାୟକଙ୍କ ପୋଷ୍ଟରରେ କେହି ଦୁବୃର୍ତ ନିଆଁ ଲଗାଇଦେଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ନେଇ ବିଜେପି ଅଭିଯୋଗ କରିଛି ଯେ, ଶାସକ ବିଜେଡି ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ଗୁଣ୍ଡା ଲଗାଇ ଏପରି କାଣ୍ଡ ଭିଆଇଛି । ବିଜେଡି ସାଧାରଣ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ରୋକ ଲଗାଉଛି ବୋଲି ଅଭିଯୋଗ କରିଛି ବିଜେପି ।