କିରୋସିନ ଲଗାଇଛି ରାଜନୀତିରେ ନିଆଁ : ଆଜି ବିଜେଡିର ରାଜଭବନ ଘେରାଉ

36

କନକ ବ୍ୟୁରୋ : କିରୋସିନ ଯୋଗାଣରେ କେନ୍ଦ୍ର ସରକାର ଓଡିଶାକୁ ଅଣଦେଖା କରୁଛନ୍ତି । ଏହାର ପ୍ରତିବାଦରେ ଆଜିି ବିକ୍ଷୋଭ କରୁଛି ବିଜେଡି । ରାଜଭବନ ଆଗରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ଶତାଧିକ କର୍ମୀ ଧାରଣା ଦେବାର କାର୍ଯ୍ୟକ୍ରମ ରହିଛି ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ନେତୃତ୍ୱରେ ବାହାରିଛି ବାଇକ ରାଲି । ଦଳୀୟ କାର୍ଯ୍ୟାଳୟରୁ ବାହାରିଥିବା ରାଲି ରାଜଭବନ ଯାଏଁ ଯିବ । ରାଲିରେ ଆସିଥିବା ବିଜେଡି କର୍ମୀ ରାଜଭବନ ଘେରାଉ କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ସରକାରଙ୍କ ଏହି ନୀତି ବିରୋଧରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ । ଏହି କାର୍ଯ୍ୟକ୍ରମରେ ଦଳୀୟ ସାଂସଦଙ୍କ ସହ ବିଧାୟକମାନେ ସାମିଲ ହୋଇଛନ୍ତି ।