ବିଜେପି ପରେ ଦମ ଦେଖାଇଲା ବିଜେଡି ! ବିଜୁ ଶ୍ରାଦ୍ଧବାର୍ଷିକୀରେ ନବୀନଙ୍କ ବିଶାଳ ରାଲି

23

କନକ ବ୍ୟୁରୋ : ଭୁବନେଶ୍ୱର ଜନତା ମଇଦାନରେ ବିଜେପି କାର୍ଯ୍ୟକାରିଣୀ ପରେ ଦମ ଦେଖାଇଲା ବିଜେଡି । ବିଜୁ ଶ୍ରାଦ୍ଧବାର୍ଷିକରେ ମୁକାବିଲା ରଣନୀତି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜଧାନୀରେ ବାହାରିଲା ବିଜେଡି ବିଶାଳ ରାଲି । ରାମ ମନ୍ଦିର ଛକରୁ ହଜାର ହଜାର ସମର୍ଥକ ବାଇକ ରାଲିରେ ବାହାରିଛନ୍ତି ।

ଏହି ରାଲି ଫରେଷ୍ଟ ପାର୍କ ଯାଏଁ ଯିବ । ସେଠାରେ ସମସ୍ତ ଏକାଠି ହୋଇ ପଦଯାତ୍ରାରେ ବାହାରି ଦଳୀୟ କାର୍ଯ୍ୟାଳୟକୁ ଆସିବେ । ସେଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିଂଶତମ ଶ୍ରାଦ୍ଧବାର୍ଷିକ ଅବସରରେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟ ସୂଚି ଅନୁସାରେ ସମସ୍ତ କାର୍ଯ୍ୟକ୍ରମ କରାଯିବ ।