ବିଜେଡିର ଜଳସତ୍ୟାଗ୍ରହ! ମହାନଦୀ ପାଣିରେ ମହାନଦୀ ଖଳନାୟକଙ୍କୁ ବିରୋଧ

22

କନକ ବ୍ୟୁରୋ : ଓଡ଼ିଶାର ଶତ୍ରୁ ରମଣ ସିଂ । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରି ଆଜି ବିଜେଡ଼ି, କଂଗ୍ରେସ ଓ ସମାଜବାଦୀ ପାର୍ଟି ବିକ୍ଷୋଭ ପ୍ରଦର୍ଶନ କରିଥିଲା । ମହାନଦୀ ପାଣିରେ ମହାନଦୀ ଖଳନାୟକଙ୍କୁ ବିରୋଧ । ରମଣ ସିଂଙ୍କ ଓଡିଶା ଗସ୍ତକୁ ବିରୋଧ କରି ବିଜେଡିର ଜଳ ସତ୍ୟାଗ୍ରହ । ଅଂଟେ ଅଂଟେ ପାଣିରେ ବିଜେଡିର ନେତା ଓ କର୍ମୀ । ହାତରେ କଳସି ଓ ମୁହଁରେ ରମଣ ବିରୋଧୀ ନାରା । କଟକ ଓ ସମ୍ବଲପୁରରେ ଦଳ ପକ୍ଷରୁ ଆୟୋଜିତ ହୋଇଥିଲା ଜଳ ସତ୍ୟାଗହ । ଯାହା ପଂଚାୟତ ନିର୍ବାଚନରେ ପ୍ରସଙ୍ଗ ରାଜନୀତିକୁ ଗରମ୍ କରିଥିଲା ।

ବଲାଙ୍ଗିରରେ ପହଂଚିଥିଲେ ବିଜେପିର ହେବିୱେଟ୍ ନେତା ରମଣ ସିଂ । ଏପଟେ ହାଇପ୍ରୋଫାଇଲ୍ କ୍ୟାମ୍ପେନ୍ । ଆଉ ସେପଟେ କଂଗ୍ରେସର ନାରା ଲଗାଇଥିଲେ । ଆଉ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ବ୍ଲକ୍ ଅଫିସ୍ ଆଗରେ ଧାରଣାରେ ବସିଥିଲେ ।

ବଲାଙ୍ଗିର, ସୁନ୍ଦରଗଡ ଓ ଝାରସୁଗୁଡାରେ ଆଜି ରମଣ କରିଛନ୍ତି ମାରାଥନ୍ ପ୍ରଚାର । ଝାରସୁଗୁଡାରେ ସମାଜବାଦୀ ପାର୍ଟିର ନେତା ଓ କର୍ମୀ ରମଣଙ୍କ ଗସ୍ତକୁ କରିଛନ୍ତି କଡା ବିରୋଧ ।

ସେହିପରି ସଂଧ୍ୟାରେ ଦଳ କରିଛି ମହାନଦୀ ଆଳତୀ । ସମ୍ବଲପୁରରେ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ଆଳତୀ କରାଯାଇଛି । ଆରପଟେ କଟକ ମହାନଦୀ ପଠାରେ ମଧ୍ୟ ଆଳତୀ କରିଛନ୍ତି ବିଜେଡି ନେତା ଓ କର୍ମୀ । ମହାନଦୀ ଉପରମୁଣ୍ଡରେ ଛତିଶଗଡ ବ୍ୟାରେଜ ନିର୍ମାଣ କରିବା ଘଟଣାକୁ ନେଇ ଓଡିଶା ସରକାର ବିରୋଧ କରିଆସୁଛନ୍ତି । ଏହି କ୍ରମରେ ବିଜେଡି ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛି ।