ପାଟକୁରା ଲଢେଇ ପାଇଁ ଆସିଲା ଷ୍ଟାର ପ୍ରଚାରକଙ୍କ ତାଲିକା। ବିଜେଡି-ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା । ଜାଣନ୍ତୁ କାହାକୁ ମିଳିଲା ଷ୍ଟାର ପ୍ରଚାରକର ଟ୍ୟାଗ୍

392

କନକ ବ୍ୟୁରୋ: ଜୁଲାଇ ୨୦ରେ ପାଟକୁରା ନିର୍ବାଚନ । ଏଥିପାଇଁ ପାଟକୁରାରେ ନେତା ମନ୍ତ୍ରୀଙ୍କ ଭିଡ ଜମିଛି । ଭୋଟ ହାତେଇବା ପାଇଁ ସବୁ ଦଳ ଲାଗିପଡିଛନ୍ତି । ତେବେ ପାଟକୁରା ଲଢେଇ ପାଇଁ ବିଜେଡି ଘୋଷଣା କରିଛି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ପଟକୁରା ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ବିଜୁ ଜନତା ଦଳ । ପାଟକୁରା ସମର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ତାଲିକାର ମଙ୍ଗ ଧରିବାକୁ ଥିବା ବେଳେ ଅନେକ ନୂଆ ଓ ପୁରୁଣା ନେତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି ।

ନବୀନଙ୍କ ବ୍ୟତୀତ ପ୍ରମିଳା ମଲ୍ଲିକ, ପ୍ରଫୁଲ କୁମାର ମଲ୍ଲିକ, ଶଶିଭୂଷଣ ବେହେରା, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେଓ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ପାଣିଗ୍ରାହୀ, ସଂଜୟ କୁମାର ଦାଶବର୍ମା, ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ, ସମୀର ରଂଜନ ଦାସ, ସୁଶାନ୍ତ ସିଂ, କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ରଘୁନନ୍ଦନ ଦାସ, ରାଜେନ୍ଦ୍ର ସାହୁ, ସାରଦା ପ୍ରସାଦ ନାୟକ, ଚନ୍ଦ୍ର ସାରଥୀ ବେହେରା, ପ୍ରଣବ କୁମାର ବଳବନ୍ତରାୟ, ଅରବିନ୍ଦ ଢାଲି, ଉମାକାନ୍ତ ସାମନ୍ତରାୟ, ଅନନ୍ତ ନାରାୟଣ ଜେନା, ବ୍ୟୋମକେଶ ରାୟ, ବ୍ରଜ କିଶୋର ପ୍ରଧାନ, ଅଶୋକ କୁମାର ବଳ, ଦେବୀ ରଂଜନ ତ୍ରିପାଠୀ, ବିକ୍ରମ ପଣ୍ଡା, ସୁଧୀର କୁମାର ସାମଲ, ଲତିକା ପ୍ରଧାନ, ସୌଭିକ୍ ବିଶ୍ୱାଳ, ଆୟୁବ ଖାଁ, ମୁଜିବୁଲ୍ଲା ଖାଁ, ସୁବାଷ ସିଂ, ମୀନତି ବେହେରା, ଶ୍ରୀମୟୀ ସ୍ୱେତା ସ୍ନିଗ୍ଧା ମିଶ୍ରଙ୍କ ନାଁ ପ୍ରଚାର ତାଲିକାରେ ରହିଛି । ସେହିଭଳି ସେଲିବ୍ରିଟି ଭାବେ ସାଂସଦ ଅନୁଭବ ପଟ୍ଟନାୟକ, ଆକାଶ ଦାଶ ନାୟକ, କୁନା ତ୍ରିପାଠୀ, ଅରିନ୍ଦମ ରାୟଙ୍କୁ ଦଳ ପ୍ରଚାର ମୈଦାନକୁ ଓହ୍ଲାଇବ । ତେବେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଏମାନେ ପ୍ରଚାର କରିବେ । ଆସନ୍ତା ୧୭ରେ ମୁଖ୍ୟମନ୍ତ୍ରୀ ରୋଡ ସୋ ପାଟକୁରାରେ ରହିଛି ।

ସେପଟେ, ବିଜେପିର ମଧ୍ୟ ୪୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ଆସିଛି । ତାଲିକାରେ ପ୍ରଥମେ ଅରୁଣ ସିଂଙ୍କ ନାଁ ରହିଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ,ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ବସନ୍ତ ପଣ୍ଡା,କେ ଭି ସିଂଦେଓ, ବିଶ୍ୱ ଭୂଷଣ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ଦାମୋଦର ରାଉତ, ପିଙ୍କି ପ୍ରଧାନ,ଶ୍ରୀତମ ଦାସଙ୍କ ନାଁ ପ୍ରଚାର ତାଲିକାରେ ରହିଛି । ସେହିଭଳି ଜୁଏଲ ଓରାମ୍, ସମ୍ବିତ୍ ପାତ୍ର, ମନମୋହନ ସାମଲ, ସଙ୍ଗୀତା ସିଂହଦେଓ, ପ୍ରଦୀପ୍ତ କୁମାର ନାୟକ, ବିଷ୍ଣୁ ଚରଣ ସେଠୀ, ମୋହନ ଚରଣ ମାଝି, ସମୀର ଦେ, ସୁରମା ପାଢୀ, ସମୀର ମହାନ୍ତି, ଖାରବେଲ ସ୍ୱାଇଁ, ରୁଦ୍ର ନାରାୟଣ ପାଣି, ମାନସ କୁମାର ମହାନ୍ତି, ପୃଥୀରାଜ ହରିଚନ୍ଦନ, ପ୍ରଭାତି ପରିଡା, ଠାକୁର ରଣଜୀତ୍ ଦାସ, ରଘୁନାଥ ମହାନ୍ତି, ଜୟ ନାରାୟଣ ମିଶ୍ର, ସୁବାଷ ପାଣିଗ୍ରାହୀ, ମଦନ ମୋହନ ଦତ୍ତ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡଙ୍ଗୀ, ସୁକାନ୍ତ ନାୟକ, ନାଉରୀ ନାୟକ, ମୁକେଶ ମହାଲିଙ୍ଗ, ଅନୁ ଚୌଧୁରୀ ଏବଂ  ହରିହର ମହାପାତ୍ରଙ୍କୁ ଦଳ ପ୍ରଚାର ମୈଦାନକୁ ଓହ୍ଲାଇବ ।  ତେବେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ଏମାନେ ପ୍ରଚାର କରିବେ ।

ଅନ୍ୟପଟେ, ପାଟକୁରା ପାଇଁ କଂଗ୍ରେସର ଋଣନୀତି ପ୍ରସ୍ତୁତ କରିଥିବା ବେଳେ ଏଯାଏଁ ଦଲ ନିଜ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିନାହିଁ । ତେବେ ବାହୁଡା ପରଠୁ ପାଟକୁରାରେ ନିର୍ବାଚନୀ ପ୍ରଚାର ଜୋରଦାର କରିବ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ପାଟକୁରା ନିର୍ବାଚନ ନେଇ କଂଗ୍ରେସ ଏକ ପ୍ରସ୍ତୁତି ବୈଠକ କରିଛି । ଏଥିରେ ବହୁ ତୁଙ୍ଗ ନେତା ସାମିଲ ହୋଇଥିଲେ । ଦଳୀୟ ବିଧାୟକ ଓ ସାଂସଦ ଦୁଇରୁ ତିନିଦିନ ପାଟକୁରା ପାଇଁ ସମୟ ଦେବାକୁ ପିସିସି ଅଧ୍ୟକ୍ଷ ଆହ୍ୱାନ ଦେଇଛନ୍ତି । କଂଗ୍ରେସ ନେତା ଓ କର୍ମୀଙ୍କ ପରିଶ୍ରମ ବୃଥାଯିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଧାୟକ ଦଳ ନେତା ନରସିଂହ ମିଶ୍ର ।