ସମରର ନାଁ ସାମ୍ବାଦିକ ସମ୍ମିଳନୀ ! ତିନି ବର୍ଷ ପୂର୍ତି ଅବସରରେ ସରକାରଙ୍କ ସଫଳତା ବଖାଣିବେ ବିଜେଡି ମନ୍ତ୍ରୀ

18

କନକ ବ୍ୟୁରୋ: ଆରମ୍ଭ ହେଲା ସାମ୍ବାଦିକ ସମ୍ମିଳନୀର ଯୁଦ୍ଧ । ବିଜେଡିର ପ୍ରେସମିଟ୍ ବନାମ ବିଜେପିର ପ୍ରେସମିଟ୍ । ତିନି ବର୍ଷ ପୂର୍ତି ଅବସରରେ ସରକାରଙ୍କ ସଫଳତା ବଖାଣିବା ପାଇଁ ୧୦ ଦିନ ପର୍ଯ୍ୟନ୍ତ ମନ୍ତ୍ରୀ ମାନେ ଗଣମାଧ୍ୟମକୁ ଡାକି ସାମ୍ବାଦିକ ସମ୍ମିଳନୀ କରିବେ । ଆଜି ଆରମ୍ଭ କରି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଓ ରମେଶ ମାଝି ସଂପୃକ୍ତ ବିଭାଗରେ ସରକାରଙ୍କ ସଫଳତା କଥା କହିଛନ୍ତି । ସେପଟେ ବିଜେପି ମଧ୍ୟ ପ୍ରତ୍ୟେକ ଦିନ ବିଜେଡି ପ୍ରେସମିଟ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ସେହି ବିଭାଗର ତ୍ରୁଟି ବାହାର କରିବ । ଆଉ ଏହି ସମରର ନାଁ ହେଉଛି ସାମ୍ବାଦିକ ସମ୍ମିଳନୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –