ବିଜେପି ବିରୋଧରେ ବିଜେଡିର ଆଦର୍ଶ ଆଚରଣ ବିଧିର ଉଲଂଘନ ଅଭିଯୋଗ । ବିନା ଅନୁମତିରେ ବୈଜୟନ୍ତ ପ୍ରଚାର ଗାଡି ବୁଲାଉଥିବା ନେଇ ଅଭିଯୋଗ ।

204

କନକ ବ୍ୟୁରୋ: ବିଜେପି ବିରୋଧରେ ଆଦର୍ଶ ଆଚରଣ ବିଧିର ଉଂଲଘନ ଅଭିଯୋଗ ଆଣିଲା ବିଜେଡି । ନିର୍ବାଚନ କମିସନଙ୍କ ଅନୁମତି ନନେଇ କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡା ପ୍ରଚାର ଗାଡି ବୁଲାଉଥିବା ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।ବିନା ଅନୁମିତିରେ ଭିଡିଓ ଭ୍ୟାନ ବୁଲାଯାଉଥିବାରୁ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିବ କହିଲା ବିଜେଡି ।

ସେହିପରି ମିଛ ଗୁଇନ୍ଦା ରିପୋର୍ଟ ଦେଖାଇ ବିଜେଡିକୁ ବଦନାମ କରିବା ପାଇଁ ହୋଇଥିବା ଅପଚେଷ୍ଟା ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ନିର୍ବାଚନ କମିସନ । ସେହିପରି ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଉଜ୍ୱଳା ଯୋଜନାରେ ହୋଡିଂ ଲଗାଯାଇଥିବା ଅଭିଯୋଗ ଆଣିଛି ବିଜେଡି ।