ତେଲଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାରେ ବିଜେଡି

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ଫେରିଲା ତେଲ ତାତି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି କେନ୍ଦ୍ର ବିରୋଧରେ  ଯୁବ ବିଜେଡିର ବିକ୍ଷୋଭ । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଅତ୍ୟଧିକ ଉତ୍ପାଦ ଶୁଳ୍କ ଓ ଉପକର ବସାଉଥିବାରୁ ତେଲ ଦର ବୃଦ୍ଧି ପାଉଛି । ଏହାର ପ୍ରଭାବରେ ବଜାର ଦର ବୃଦ୍ଧି ହେଉଛି ବୋଲି ଅଭିଯୋଗ କରିଛି ଯୁବ ବିଜେଡି । ଏହା ପ୍ରତିବାଦରେ ଆଜି ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ସହ ୩୨ଟି ସାଂଗଠନିକ ଜିଲ୍ଲାରେ ବିକ୍ଷୋଭ ଓ ପ୍ରତିବାଦ କରିଛି ଦଳ । ୨୦୧୪ ଜୁନ୍ ମାସରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ପ୍ରାୟ ୧୦୫ ଡଲାର ଥିବା ବେଳେ ଏବେ ଏହା ପ୍ରାୟ ୫୦ ଡଲାରକୁ ଖସି ଆସିଛି । ମାତ୍ର କେନ୍ଦ୍ର ସରକାର ଇତି ମଧ୍ୟରେ ପେଟ୍ରୋଲ ଉପରେ ୧୦୪ ପ୍ରତିଶତ ଓ ଡିଜେଲ୍ ଉପରେ ୨୩୨ ପ୍ରତିଶତ ଟିକସ ବୃଦ୍ଧି କରିଛନ୍ତି । ଏହାକୁ ବିରୋଧ କରି ଭୁବନେଶ୍ୱରରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ବିରୋଧୀ ନାରା ଦେଇଛନ୍ତି ବିଜେଡି କର୍ମୀ । ସେହିପରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ବାଇକ ରାଲି କରାଯାଇଛି ।