ବିଜେଡିର ୧୯ ତମ ପ୍ରତିଷ୍ଠା ଦିବସ: ଆଜି ସବୁ ନିର୍ବାଚନ ମଣ୍ଡଳୀରେ ଧୁମଧାମରେ ଦଳୀୟ ଜନ୍ମଦିନ ପାଳନ ପ୍ରସ୍ତୁତି

19

ଭୁୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ : ଆଜି ବିଜୁ ଜନତା ଦଳର ୧୯ ତମ ପ୍ରତିଷ୍ଠା ଦିବସ । ସାରା ରାଜ୍ୟରେ ଦଳର ପ୍ରତିଷ୍ଠା ଦିବସ ଧୁମଧାମରେ ପାଳନ କରିବାକୁ ବିଜେଡି ନିଷ୍ପତି ନେଇଛି । ଆସନ୍ତା ପଂଚାୟତ ନିର୍ବାଚନ ପାଇଁ କର୍ମୀଙ୍କୁ ଏକଜୁଟ ଓ ମନରେ ଉତ୍ସାହ ଭରିଦେବାକୁ ଦଳ ଲାଗି ପଡିଛି । ପଂଚାୟତ ନିର୍ବାଚନ ଏସିଡ ଟେଷ୍ଟରେ ବାଜିମାତ କରିବାକୁ ଆଜି ଦଳର ସୁପ୍ରିମୋ ନେତା କର୍ମୀଙ୍କୁ ମନ୍ତ୍ର ଦେବେ ।

ସବୁ ନିର୍ବାଚନ ମଣ୍ଡଳିରେ ଯାକଜମକରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ସମସ୍ତ ନେତାଙ୍କୁ ଚିଠି ଲେଖି ଜଣାଇଛନ୍ତି । ଏଥିସହ ବିଜେଡି ସରକାରଙ୍କ ଲୋକକଲ୍ୟାଣକାରୀ କାର୍ଯ୍ୟକ୍ରମ, ସ୍ୱଚ୍ଛ ଶାସନ ଓ ଲୋକାଭିମୁଖୀ ଯୋଜନା ସଂପର୍କରେ ଲୋକଙ୍କୁ ଜଣାଇବା ପାଇଁ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖିଆ । ସେହିପରି ଜନସାଧାରଣଙ୍କ ଅଭାବ ଅସୁବିଧା ଦୂର କରିବାକୁ ଦଳୀୟ କର୍ମୀ ଓ ପଦାଧିକାରୀ ନିଜକୁ ଉତ୍ସର୍ଗ କରିବା ପାଇଁ ସଂକଳ୍ପବଦ୍ଧ ହେବେ ।