ଗାଇକୁ ମିଳିବ ଜାତୀୟମାତା ଅଧିକାର ! ଭିଡତନ୍ତ୍ରକୁ ରୋକିବା ପାଇଁ ପ୍ରୟାସ, ସ୍ୱର ଉଠାଇଲେ ଆରଏସଏସ ଭାଜପା ନେତା ।

59

ଗୋମାଂସ ଖାଇବା ବନ୍ଦ କରାଯାଉ ଏବଂ ଗାଇକୁ ଜାତୀୟ ମାତାର ଅଧିକାର ଦିଆଯାଉ ବୋଲି ଆରଏସଏସ ଏବଂ ଭାଜପାର କେତେକ ନେତା ଦାବି କରିଛନ୍ତି । ଗାଇ ତସ୍କରି କରୁଥିବା ସମୟରେ ଅପରାଧିକୁ ଭିଡତନ୍ତ୍ର ପିଟି ପିଟି ହତ୍ୟା କରିବା ପରେ ପୂନର୍ବାର ଏହି ଘଟଣା ନହେବା ପାଇଁ ଆରଏସଏସ ଏପରି ଏକ ଦାବି ଉପସ୍ଥାପନା କରିଛି । ଠିକ ସେହିଭଳି ରାଜସ୍ଥାନରେ ଜଣେ ମୁସଲମାନ ଯୁବକକୁ ଗୋରୁ ତସ୍କରି ମାମଲାରେ ଲୋକମାନେ ପିଟି ପିଟି ମାରିବା ପରେ ରାଜନୀତି ସରଗରମ ହୋଇଉଠିଛି ।

ଆରଏସଏସ: କୌଣସି ବି ଧର୍ମ ଗୋ-ହତ୍ୟାକୁ ମଞ୍ଜୁରି ଦିଏ ନାହିଁ

ଭିଡତନ୍ତ୍ରର ଶିକାର ହୋଇ ବିନା କାରଣରେ ଲୋକ ମୃତ୍ୟୁବରଣ କରୁଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆରଏସଏସ ନେତା ଇନ୍ଦ୍ରେଶ କୁମାର ରାଞ୍ଚିରେ କହିଛନ୍ତି ଯଦି ଗୋ-ମାଂସ ଖାଇବା ବନ୍ଦ କରିଦିଆଯାଏ ତେବେ ଏଭଳି ଅପରାଧକୁ ରୋକାଯାଇ ପାରିବ । କୁମାର କହିଛନ୍ତି କୌଣସି ବି ଧର୍ମ ଗୋ-ହତ୍ୟା କରିବା ପାଇଁଁ ମଞ୍ଜୁରି ଦିଏ ନାହିଁ ।

ଗାଇକୁ ଜାତୀୟ ମାତା ଅଧିକାର ନମିଳିବା ଯାଏ ଭିଡତନ୍ତ୍ରକୁ ରୋକାଯାଇ ପାରିବ ନାହିଁ

ତେଲେଙ୍ଗାନାର ଜଣେ ଭାଜପା ବିଧାୟକଙ୍କ କହିବା ଅନୁସାରେ, ଯେ ପର୍ଯ୍ୟନ୍ତ ଗାଇକୁ ଜାତୀୟ ମାତାର ଅଧିକାର ନମିଳିଛି ସେ ଯାଏ ଭିଡତନ୍ତ୍ରକୁ ରୋକାଯାଇ ପାରିବ ନାହିଁ । ହାଇଦ୍ରାବାଦର ଗୋସ୍ମହଲ କ୍ଷେତ୍ରରେ ପ୍ରତିନିଧିତ୍ୱ କରୁଥିବା ଟି-ରାଜା ସିଂହ ରବିବାର ଦିନ ସୋସିଆଲ ମିଡିଆରେ ଏକ ଭିଡିଓ ସନ୍ଦେଶ ଦେଇ କହିଛନ୍ତି ଭିଡ ତନ୍ତ୍ର ଦ୍ୱାରା ଘଟୁଥିବା ଏପରି ଅଘଟଣକୁ ରୋକିବା ପାଇଁ ଗାଇକୁ ଜାତୀୟ ମାତା ଭାବେ ବବେଚିତ କରିବା ଆବଶ୍ୟକ । ଏହି ସାତ ମିନିଟର ଭିଡିଓରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅନୁରୋଧ କରି କହିଚନ୍ତି ଗାଇକୁ ଜାତିୟ ମାତାର ଅଧିକାର ଦେବା ପାଇଁ ।