ବିଜେବି କଲେଜରେ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ : କ୍ୟାମ୍ପସରେ ଏକ ପ୍ଲାଟୁନ ଫୋର୍ସ ମୁତୟନ

51

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ । ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଙ୍କୁ ସେଲଫ୍ ଫାଇନାନ୍ସ କୋର୍ସର ଜଣେ ଛାତ୍ର ଦୁଇ ଦିନ ପୂର୍ବରୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଛାତ୍ରୀମାନେ ପ୍ରତିବାଦ କରିଥିଲେ । ପରେ ଏନେଇ ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।

ଆଜି ସେହି ପୂର୍ବ ଗଣ୍ଡଗୋଳକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ କଥା କଟାକଟି ହେବା ପରେ ପରିସ୍ଥିତି ଉତେଜନାମୂଳକ ହୋଇଥିଲା । ସେଲଫ୍ ଫାଇନାନ୍ସ କୋର୍ସର ଛାତ୍ର ମାନେ ଠେଙ୍ଗା ଓ ଟ୍ୟୁବ ଲାଇଟ ସାହାଯ୍ୟରେ ଯୁକ୍ତ ତିନି ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :