କଲେଜ ପିଲାଙ୍କ ଖାଇବାରେ ପୋକ ! ବିଜେବି ଲେଡିଜ୍ ହଷ୍ଟେଲରେ ଖାଦ୍ୟରୁ ପୋକ ବାହାରିବା ପରେ ଛାତ୍ରୀଙ୍କ ଅସନ୍ତୋଷ

27

କନକ ବ୍ୟୁରୋ : ଖାଇବାରୁ ବାହାରୁଛି ପୋକ । ଖୋଦ ରାଜଧାନୀର ସର୍ବପୁରାତନ ବିଜେବି କଲେଜ ଲେଡିଜ ହଷ୍ଟେଲରେ ଏଭଳି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ତୁମ୍ଭିତୁଫାନ କରିଛନ୍ତି ଛାତ୍ରୀ । ନିୟୁ ଲେଡିଜ ହଷ୍ଟେଲ ସମ୍ମୁଖରେ ଶତାଧିକ ଛାତ୍ରୀ ବିକ୍ଷୋଭ ସହ ଧାରଣ ଦେଇଛନ୍ତି ।

ପୂର୍ବରୁ ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା । ପୂର୍ବରୁ ଅନେକ ଥର ଖାଦ୍ୟରେ ପୋକ ମାଛି ପଡିଥିବାର ଅଭିଯୋଗ ହୋଇଥିଲା । ତାହା ସହିତ ହଷ୍ଟେଲ କର୍ତ୍ତୃପକ୍ଷ ମଧ୍ୟ ଛାତ୍ରୀଙ୍କୁ ଜାତିଆଣ ଆକ୍ଷେପ କରୁଛନ୍ତି । ଯାହା ଫଳରେ ଛାତ୍ରୀମାନେ ବାଧ୍ୟ ହୋଇ ଆଜି ଧାରଣାରେ ବସିଥିଲେ । ହଷ୍ଟେଲର ସୁପରିଟେଣ୍ଡଂଟ ଆସି ଛାତ୍ରୀଙ୍କୁ ବୁଝାସୁଝା ପରେ ବି ଛାତ୍ରୀମାନେ ଧାରଣରୁ ନିବୃତ୍ତ ହୋଇନଥିଲେ ।