ବିଜେବି କଲେଜର ଯୁକ୍ତ ୨ ନିର୍ବାଚନକୁ ନେଇ ପୁଣି ଦ୍ୱନ୍ଦ : କଲେଜ କର୍ତୃପକ୍ଷଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ

52

କନକ ବ୍ୟୁରୋ : ବିଜେବି କଲେଜର ଯୁକ୍ତ ୨ ନିର୍ବାଚନକୁ ନେଇ ପୁଣି ଦ୍ୱନ୍ଦ ଉପୁଜିଛି । ଗତକାଲି ସାଇନ ଏ ଡାଏ ଘୋଷଣା ପରେ ଆଜି ନାମାଙ୍କନ ପାଇଁ କଲେଜରେ ପହଂଚିଛନ୍ତି ଯୁକ୍ତ ଦୁଇର ଛାତ୍ରଛାତ୍ରୀ ଓ ଆଶାୟୀ ପ୍ରାର୍ଥୀ। ହେଲେ କଲେଜରେ ପରିସ୍ଥିତି ଅଶାନ୍ତ ରହିଥିବାରୁ କଲେଜର ନିର୍ବାଚନ ହେବ ନା ନାହିଁ ସେଥିପାଇଁ କଲେଜ କର୍ତୃପକ୍ଷଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ।

ତେବେ ନିର୍ବାଚନ ନେଇ କଲେଜରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା ଯେ, କଲେଜ ପରିସରକୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ଯାହାକୁ ନେଇ ନିର୍ବାଚନ ହେବ ନାହିଁ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ଲାଗି ବିଗୁଲ ବାଜିବା ପରଠାରୁ ବିଜେବି କଲେଜରେ ଉତେଜନା ପ୍ରକାଶ ପାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –