ଏସବିଆଇରେ ଆପଣଙ୍କ ଆକାଉଣ୍ଟ ଅଛି କି? ତେବେ ଜାଣିନିଅନ୍ତୁ ଏହି ଜରୁରୀ ସୂଚନା

58

କନକ ବ୍ୟୁରୋ: ଦେଶରେ ସବୁଠାରୁ ବଡ ବ୍ୟାଙ୍କିଙ୍କ ସଂସ୍ଥା ହେଲା ଭାରତୀୟ ଷ୍ଟେଟବ୍ୟାଙ୍କ । ଅନେକ ଲୋକ ଏହି ବ୍ୟାଙ୍କରେ ଟଙ୍କା ଜମା ରଖନ୍ତି । ତେବେ କୈାଣସି ସମୟରେ ଏସବିଆଇ ସମ୍ପର୍କରେ କୈାଣସି ତଥ୍ୟ ଆସିଲେ ଲୋକମାନେ ଧ୍ୟାନର ସହ ଶୁଣିଥାଆନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଏସବିଆଇ ନିଜର ଗ୍ରାହକମାନଙ୍କ ପାଇଁ ଏକ ଖାସ ଅଫର ଆଣିଛି । ଏହି ସୁବିଧା କେବଳ ଯେଉଁମାନେ ସେଭିଂ ଆକାଉଣ୍ଟ ଖୋଲିଛନ୍ତି ସେମାନଙ୍କୁ ମିଳିବ । ତେବେ ଜମା ରଖିବା ଉପରେ ଏକ କିଛି ନିୟମରେ ପରିବର୍ତ୍ତନ ହୋଇଥିବା ଜଣାପଡିଛି । ତେବେ ଏପରି ସୂଚନା ଏସବିଆଇ ନିଜ ଟୁଇଟର ପେଜରେ ଗ୍ରାହକମାନଙ୍କ ପାଇଁ ସୂଚନା ଦେଇଛି । ସେଭିଂ ଆକାଉଣ୍ଟରେ ନାମ ଓ ଘରର ସହାୟତାରେ ଡିପୋଜିଟ ସମୟରେ ଜମାର ମ୍ୟାକସିମମ ଲିମିଟ ଉଠାଇଦେଇଥିବା ସୂଚନା ମିଳିଛି । ତେଣୁ ବର୍ତ୍ତମାନ ସମୟରେ ନିଜର ନାମ ଓ ଘରର ଠିକଣା ଅନୁସାରେ ନିଜନିଜର ଟଙ୍କା ଜମା କରିପାରିବେ ।

 

ତେବେ ଏହି ଜମାଟଙ୍କା ରାଶି ୩୦ ହଜାର ପର୍ଯ୍ୟନ୍ତ ଥିଲା । ଏହାସହ ଏଜିଆର ଓ ଏସଏମଇ ଆକାଉଣ୍ଟରେ ଏକ ଲିମିଟ ରହିଥିଲା । ଏହାସହ ସେଗମେଣ୍ଟର ସେଭିଂ ଏକାଉଣ୍ଟରେ ନାମ ଓ ଗ୍ରାମର ଠିକଣା ମାଧ୍ୟମରେ ଟଙ୍କାର ଡିପୋଜିଟ ପରିମାଣ ୨ ଲକ୍ଷ ଟଙ୍କା ଥିଲା । ଏଠାରେ ଜାଣିରଖନ୍ତୁ ଯେ, ବ୍ୟାଙ୍କର ଘରୋଇ ବ୍ରାଞ୍ଚ ଏହାକୁ କୁହାଯାଏ । ଯେଉଁଠାରେ ଆପଣ ନିଜର ଖାତା ଖୋଲିଥାଆନ୍ତି । ଆପଣ ଆପଣଙ୍କ ଘର ପାଖରେ ଯେଉଁ ଖାତା ଖୋଲନ୍ତି ତାହାକୁ ହୋମ ବ୍ରାଞ୍ଚ କହନ୍ତି । ଭାରତୀୟ ଷ୍ଟେଟବ୍ୟାଙ୍କ ନିଜର ଗ୍ରାହକମାନଙ୍କ ପାଇଁ ନୂଆ ସ୍କିମ ଆରମ୍ଭ କରଛି । ଏହା ଦ୍ୱାରା ଆପଣ ଯେ କୈାଣସି ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖାରେ ବିନା କୈାଣସି ଶୁକ୍ଳରେ ଟଙ୍କା ଜମା କରିପାରିବେ । ପୂର୍ବରୁ ଅନେକ ଲୋକ ନିଜ ଖାତାରେ ଟଙ୍କା ଜମନ୍ନ କରି ଅନ୍ୟ ଖାତାରେ ଟଙ୍କା ଜମା କରୁଥିବାର ନଜର ରହିଛି । କାରଣ ଟଙ୍କା ଜମା କରିବା ପାଇଁ ଗ୍ରାହକମାନଙ୍କୁ ଅଧିକ ଚାର୍ଜ ଦେବା ପାଇଁ ପଡୁଥିଲା । ତେବେ ଏସବିଆଇ ଏପରି ସ୍କିମ ଆମିବା ଦ୍ୱାରା ଦେଶର ଅନେକ ଲୋକ ଉପକୃତ ହେବେ ବୋଲି ଜଣାପଡିଛି ।