ଉଡାଣ ଯୋଜନାରେ ବିଦେଶକୁ ଉଡିବ ବିମାନ ! ଖୁବଶୀଘ୍ର ଉଡାଣରେ ସାମିଲ ହୋଇପାରେ ଅନ୍ତରାଷ୍ଟ୍ରୀୟ ସହର

44

କନକ ବ୍ୟୁରୋ : କେନ୍ଦ୍ର ସରକାର ନିଜର ଉଡାଣ ଯୋଜନାରେ ବିଭିନ୍ନ ସହରକୁ ସହର ମାଧ୍ୟମରେ ଯୋଡିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ବର୍ତମାନ ସମୟରେ ମଧ୍ୟ ଅନେକ ସହର ଏହି ଯୋଜନାରେ ସାମିଲ ହୋଇଥିବା ସୂଚନା ମିଳିଛି । ତେବେ ଏଣିକି କେବଳ ଦେଶ ନୁହେଁ ବର ବିଦେଶକୁ ମଧ୍ୟ ଏହି ଯୋଜନାରେ ବିମାନ ଉଡିବ ବୋଲି ସୂଚନା ମିଳିଛି । ତେବେ ଏହା ପାଇଁ ଆଲୋଚନା ମଧ୍ୟ ହେଉଥିବା ଜଣାପଡିଛି । ଏହି ଯୋଜନାର ଲକ୍ଷ୍ୟ ଥିଲା କି ଦେଶର ସମସ୍ତ ନାଗରିକ କିପରି ଭାବରେ ବିମାନରେ ଉଡିବାର ମଜା ନେଇ ପାରିବେ ତାହା ହିଁ ଥିଲା ଏହାର ଲକ୍ଷ୍ୟ ।

 

ଏହାସହ ବିଦେଶରେ ଥିବା ବିଭିନ୍ନ ବିମାନ କମ୍ପାନୀଙ୍କୁ ଏହି ଯୋଜନାରେ ସାମିଲ ହେବା ପାଇଁ ନିଜର ମତ ଅନଲାଇନରେ  ନିଜର ମତାମତ ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା ଦେବା ପାଇଁ ବିଦେଶ କମ୍ପାନୀମାନଙ୍କୁ କୁହାଯାଇଛି । ବର୍ତମାନ ସମୟରେ ଉଡାଣ ଯୋଜନାରେ ଯେଉଁ ସବୁ ସ୍ଥାନକୁ ସାମିଲ କରାଯାଇଛି ସେଥିରୁ ଏତେଟା ଲାଭ ମିଳୁନଥିବାରୁ ସରକାର ବିଦେଶକୁ ବିମାନ ଉଡାଇବା ପାଇଁ ଚେଷ୍ଟା କରୁଥିବା ଜଣାପଡିଛି । ଏହି ଯୋଜନାରେ ବିମାନରେ ୧ ଘଣ୍ଟାର ଯାତ୍ରା ପାଇଁ ୨୫୦୦ ଟଙ୍କା ରଖାଯାଇଥିଲା । ଲୋକମାନଙ୍କର ଯାତ୍ରାକୁ ଦୃଷ୍ଟିରେ ରଖି ସରକାର ବିଦେଶକୁ ବିମାନ ଉଡାଇବା ପାଇଁ ଇଚ୍ଛା କରୁଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି