ଜୁଲାଇ ୬ରୁ ଜେଲରୁ ବାହାରିବେ ବିତିହୋତ୍ର ! ରାଜସ୍ଥାନ ହାଇକୋର୍ଟରେ ପାରୋଲ ଉଂଲଘନ ମାମଲା ଖାରଜ

44

କନକ ବ୍ୟୁରୋ: ଜେଲରୁ ମୁକୁଳିବେ ବୀତିହୋତ୍ର ମହାନ୍ତି । ବିତିହୋତ୍ରଙ୍କ ବିରୋଧରେ ଥିବା ପାରୋଲ ଉଲ୍ଲଙ୍ଘନ ମାମଲା ରାଜସ୍ଥାନ ହାଇକୋର୍ଟରେ ଖାରଜ ହୋଇଛି । ଏବେ ସେ ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଛି । ଜୁଲାଇ ୬ତାରିଖରେ ରାଜସ୍ଥାନ ଅଲୱାର ଜେଲରୁ ମୁକୁଳିବେ ବିତିହୋତ୍ର । ଏନେଇ ସୂଚନା ଦେଇଛନ୍ତି ବିତିଙ୍କ ଓକିଲ ସାର୍ଥକ ନାୟକ । ପୂର୍ବରୁ ଜର୍ମାନୀ ଯୁବତୀ ଧର୍ଷଣ ମାମଲାରେ ବିତିକୁ ଜାମିନ ମିଳିସାରିଛି ।

ମାର୍ଚ୍ଚ ୩୧ତାରିଖରେ ବିତିଙ୍କୁ ସୁପ୍ରିମକୋର୍ଟ ସର୍ତମୂଳକ ଜାମିନ ଦେଇଥିଲେ । ଅଢେଇ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକା ଓ ମାସର ପ୍ରଥମ ସପ୍ତାହରେ ଥାନାରେ ହାଜିର ହେବା ପାଇଁ ନିର୍ଦ୍ଦେଶରେ ସର୍ତମୂଳକ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ । ତେବେ ପାରୋଲ ଉଲ୍ଲଙ୍ଘନ ମାମଲା ଯୋଗୁଁ ସେ ଜେଲରୁ ମୁକୁଳି ପାରିନଥିଲେ । ଏହାପରେ ସେ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଜର୍ମାନୀ ଯୁବତୀ ଧର୍ଷଣ ମାମଲାରେ ବିତିହୋତ୍ରଙ୍କୁ ରାଜସ୍ଥାନର ଜୟପୁରରୁ ଗିରଫ କରାଯାଇଥିଲା । ପାରୋଲରେ ଆସିବା ପରେ ସେ ଆଉ ଜେଲକୁ ଫେରିନଥିଲେ । ପରେ ତାଙ୍କୁ କେରଳରୁ ଗିରଫ କରାଯାଇଥିଲା ।