ଜେଲରୁ ମୁକୁଳିବା ପରେ ଘରକୁ ଫେରିଲେ ବୀତିହୋତ୍ର ମହାନ୍ତି : କହିଲେ, ଭାରତୀୟ ବିଚାର ପ୍ରକିୟାରେ ନ୍ୟାୟ ପାଇବା କଷ୍ଟ

29

କନକ ବ୍ୟୁରୋ : ଜର୍ମାନ ଯୁବତୀ ଦୁଷ୍କର୍ମ ମାମଲାରେ ଜେଲରୁ ମୁକୁଳିଥିବା ବିତିହୋତ୍ର ମହାନ୍ତି ଆଜି କଟକସ୍ଥିତ ନିଜ ଘରକୁ ଫେରିଛନ୍ତି । କଟକରେ ସେ କହିଛନ୍ତି, ଭାରତୀୟ ବିଚାର ପ୍ରକ୍ରିୟାରେ ଜଣେ ସାଧାରଣ ଲୋକ ନ୍ୟାୟ ପାଇବା କଷ୍ଟକର । ମୁଁ ଘରକୁ ଫେରିବା ପରେ ପରିବାରକୁ ସମୟ ଦେବାକୁ ଚେଷ୍ଟା କରିବି ।

ମୁଁ ଏଠାରେ ଆଇନ ପାଠ ପଢିବି । ସାଧାରଣ ଲୋକେ ବିଚାର ପାଇବାରେ ଯେଭଳି ବିଳମ୍ବ ଘଟୁଛି, ତାର ସମାଧାନ କରିବାକୁ ଚେଷ୍ଟା କରିବି । ମୁଁ ନିଜେ ନ୍ୟାୟ ପାଇବାକୁ ଯେଉଁ ବିଳମ୍ବ ଘଟିଲା ତାହା ମୋ ମନକୁ ପ୍ରଭାବିତ କରିଛି ବୋଲି କହିଛନ୍ତି ବିତିହୋତ୍ର ।

ଦେଖନ୍ତୁ ଏହି ଭିଡ଼ିଓ –