ସମ୍ବାଦର ୩୪ତମ ବାର୍ଷିକ ଉତ୍ସବ ଉପଲକ୍ଷେ ‘ବିତର୍କ’ ଓ ‘ସାରେଗାମା’ ପ୍ରତିଯୋଗିତା ଆରମ୍ଭ

71

କନକ ବ୍ୟୁରୋ : ‘ସମ୍ବାଦ’ର ୩୪ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆଜି ରାଜ୍ୟର ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା,ବ୍ରହ୍ମପୁର, ଜୟପୁର, ଯାଜପୁର, ଅନୁଗୁଳ, ବାଲେଶ୍ୱର ଆଦି ୯ଟି ସ୍ଥାନରେ ‘ବିତର୍କ’ ଓ ‘ସାରେଗାମା’ ପ୍ରତିଯୋଗିତା ଆରମ୍ଭ ହୋଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ପକ୍ଷରୁ ଆୟୋଜିତ ‘ବିତର୍କ’ ପ୍ରତିଯୋଗିତା ଏବଂ ‘ସମ୍ବାଦ’ ଓ ‘ରେଡିଓ ଚକ୍ଲେଟ୍’ ପକ୍ଷରୁ ଆୟୋଜିତ ‘ସାରେଗାମା’ ପ୍ରତିଯୋଗିତାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଛନ୍ତି।

 

ପ୍ରତିଯୋଗିତା ପରେ ସମ୍ପୃକ୍ତ ବିଚାପତିମାନେ କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରିବେ। ପ୍ରତି ଜୋନରେ ପ୍ରଥମ ତିନିଟି ସ୍ଥାନରେ ରହିଥିବା ପ୍ରତିଯୋଗୀମାନେ ଆଗାମୀ ଅକ୍ଟୋବର ୩ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଏଥିରେ ଯେଉଁମାନେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହେବେ ସେମାନଙ୍କୁ ଅକ୍ଟୋବର ୪ ତାରିଖ ଦିନ ‘ସମ୍ବାଦ’ର ବାର୍ଷିକ ଉତ୍ସବ ଅବସରରେ ସମ୍ବର୍ଦ୍ଧନା ଦିଆଯିବ।