କାଟଜୁଙ୍କ କଟାକ୍ଷ ନେଇ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣଙ୍କ ଭର୍ସନା : କହିଲେ କଳିଙ୍ଗ ଯୁଦ୍ଧ ସମ୍ପର୍କରେ ଜାଣି ନାହାଁନ୍ତି କାଟଜୁ

37

କନକ ବ୍ୟୁରୋ : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମାର୍କେଣ୍ଡେୟଙ୍କ ଉପରେ ବର୍ଷିଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ଓଡିଶାକୁ କାଟଜୁଙ୍କ ଅପମାନ ଜନକ ପୋଷ୍ଟକୁ ନେଇ ପ୍ରତିକ୍ରିୟା ରଖି ବିଶ୍ୱଭୁଷଣ କହିଛନ୍ତି କାଟଜୁଙ୍କୁ ଇତିହାସ ଜଣାନାହିଁ ।

କଳିଙ୍ଗ ଯୁଦ୍ଧା ବାବଦରେ ତାଙ୍କର ଜ୍ଞାନ ନାହିଁ । ଅଶୋକ ସମ୍ରାଟଙ୍କ ପାଖରେ କଳିଙ୍ଗ ଆତ୍ମସମର୍ପଣ କରିନଥିଲା । ରାଜା ନଥାଇ ବି ରାଜ୍ୟ ପାଇଁ ଲଢେଇ କରିଥିଲେ କଳିଙ୍ଗ ବୀର । ଆଉ କଳିଙ୍ଗ ବୀରଙ୍କ ବୀରତ୍ୱ ଦେଖି ଅଶୋକ ସମ୍ରାଟଙ୍କର ପରିବର୍ତନ ହୋଇଥିଲା । ତତ୍କାଳୀନ ସମୟର ସମସ୍ତ ଶକ୍ତିଙ୍କୁ ପରାସ୍ତା କରିଥିଲେ ।

ସମ୍ରାଟ ଖାରବେଳ କେବଳ ଏତିକି ନୁହେଁ କଳିଙ୍ଗର ପାଇକ ବିଦ୍ରୋହ ବି ଦେଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା । ଦେଶରୁ ରାଜୁତି ଚଳାଇଥିବା ଇଂରେଜଙ୍କ ହୃଦକମ୍ପ କରିଥିଲା କଳିଙ୍ଗର ପାଇକବିଦ୍ରୋହ । କେବଳ ଓଡିଶାକୁ ତାଚ୍ଛଲ୍ୟ କରିନାହାଁନ୍ତି କାଟଜୁ । କଳିଙ୍ଗ ବାବଦରେ ନଜଣା ଏଭଳି ତାଚ୍ଛଲ୍ୟ କରି ସେ ନିଜକୁ ତାଚ୍ଛଲ୍ୟ କରିଛନ୍ତି । ଓଡିଶାକୁ ଅପମାନ ଦେଇଥିବା ବ୍ୟକ୍ତିଙ୍କୁ ଓଡିଶାବାସୀ କ୍ଷମା ଦେବେନି । ଓଡିଶାକୁ ଅପମାନ କରିଥିବାରୁ ଜଷ୍ଟିସ କାଟଜୁ ଯୋଡ ହସ୍ତରେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ।