ଦିଲ୍ଲୀ ପାଇଁ ବିଷ୍ଣୁ ବ୍ୟାକୁଳ

13

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ରାଜ୍ୟସଭା ଯିବାକୁ ବିଜେଡି ନେତାଙ୍କ ମଧ୍ୟରେ ରେସ୍ । ଚାଲିଛି ଜୋରଦାର ଲବି । ଅପେକ୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସିଗନାଲକୁ । ଏହାରି ଭିତରେ କିନ୍ତୁ ସଂସଦ ଯିବାକୁ ମନବଳାଇଛନ୍ତି ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସ । କହିଛନ୍ତି, ନବୀନ ଚାହିଁଲେ ସେ ରାଜ୍ୟସଭା ଯିବାକୁ ଆଗ୍ରହୀ ।