ପୋଲିସର ତଦନ୍ତକୁ ଚ୍ୟାଲେଂଜ୍ କଲା ବିଜେଡି ତଦନ୍ତ ! କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ବିଜେଡି କହିଲା, ଏସଓଜି ସୁରକ୍ଷାକର୍ମୀ କରିଛନ୍ତି ବଳାତ୍କାର

27

କନକ ବ୍ୟୁରୋ : କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ପୋଲିସ ତଦନ୍ତକୁ ଟାର୍ଗେଟ କରିଛି ବିଜେଡି ଅନୁସୂଚିତ ଜାତି ସେଲ୍ । ଏସଓଜି ଯବାନଙ୍କ ବିରୋଧରେ ପୀଡିତା ନାବାଳିକା କରିଥିବା ଗଣଦୁଷ୍କର୍ମ ଅଭିଯୋଗ ସତ ବୋଲି ଦାବି କରିଛନ୍ତି ସେଲ ଆବାହକ ବିଷ୍ଣୁ ଦାସ । ଏହି ଘଟଣାରେ ଦୁଇ ଦିନରୁ ରାଜଭବନ ଆଗରେ ଧାରଣା ଦେଇଥିବା କଂଗ୍ରେସ ପୋଲିସ୍ ଡିଜିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିବାବେଳେ ଘଟଣାର ସମସ୍ତ ବିବରଣୀ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ପୋଲିସ୍ କହୁଛି ଗୋଟାଏ କଥା, ସେପଟେ ଶାସକ ଦଳ କହୁଛି ଭିନ୍ନ କଥା । କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ର୍ଟାେଗଟ କରିଛି ବିଜେଡି ଅନୁସୁଚିତ ଜାତି ସେଲ୍ । କୁନ୍ଦୁଲିକୁ ସେଲ ପକ୍ଷରୁ ପଠାଯାଇଥିବା ତଥ୍ୟ ସଂଗ୍ରହକାରୀ ଟିମ୍ ଏସଓଜି ଯବାନ ଗଣଦୁର୍ଷ୍କମ କରିଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ସେପଟେ ଶୁକ୍ରବାର ହାଇକୋର୍ଟରେ ଏହି ମାମଲାର ଶୁଣାଣୀ ହୋଇଛି । ସତ୍ୟପାଠ ଆଧାରରେ ସମସ୍ତ ତଥ୍ୟ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ଘଟଣା ପରବର୍ତ୍ତି ଶୁଣାଣୀ ନଭେମ୍ବର ୨୧ରେ ହେବ । ତେବେ ନିଜ ଦଳ ମୁଖିଆଙ୍କ ଅଧୀନରେ ଥିବା ଗୃହ ବିଭାଗର ପୋଲିସକୁ ସେହି ଦଳର ଅନୁସୁଚିତ ଜାତି ସେଲ ଆବାହକ କାହିଁକି ଟାର୍ଗେଟ କରୁଛନ୍ତି?

– ସୁୁରକ୍ଷା କର୍ମୀଙ୍କୁ ବଂଚାଇବା ପାଇଁ ପ୍ରୟାସ କରୁଛି କି ପୋଲିସ ?

– ନା ଚାଷୀ ଆତ୍ମହତ୍ୟା ଘଟଣାରୁ ଦୃଷ୍ଟି ହଟାଇବାର ପ୍ରୟାସ କରୁଛି ବିଜେଡି ?