ଭୋଟ୍ ଦେଉଛି ଓଡ଼ିଶା । ବିଷମକଟକରେ ବାଜି ମାରିବ କିଏ ? କାହାକୁ ଭରସିବେ ଭୋଟର ।

64

କନକ ବ୍ୟୁରୋ: ବିଷମ କଟକରେ ବଡ ବିଜୟ ହାସଲ କରିବ କିଏ? ଜଗନ୍ନାଥଙ୍କ ହାତରେ ବିଜେଡି କମାଣ, କଂଗ୍ରେସର ନେତୃତ୍ୱ ନେଉଛନ୍ତି ନୀଳମାଧବ । ବିଜେପିକୁ ସାହା ଶିବଶଙ୍କର । ୨୦୦୦ ପରଠାରୁ କଂଗ୍ରେସ ଓ ବିଜେଡି ୨ଥର ବିଜୟ ଧ୍ୱଜା ଉଡାଇଥିବା ବେଳେ ଖାତା ଖୋଲିପାରିନାହିଁ ବିଜେପି । ଭୋଟରମାନେ ମତଦାନ ସାବ୍ୟସ୍ତ କରୁଥିବାବେଳେ ଆସନ୍ତା ମେ’ ୨୩ ତାରିଖରେ ଜଣାପଡ଼ିବ ଯେ, ବିଷମ କଟକର ବାଦଶାହା କିଏ ହେବ ।

 

୨୦୧୯ର ଲଢେଇ

ବିଜେଡି: ଜଗନ୍ନାଥ ସାରକା

କଂଗ୍ରେସ: ନୀଳମାଧବ ହିକକା

ବିଜେପି: ଶିବଶଙ୍କର ଉଲ୍ଲାକା

୨୦୧୯-ବିଜେଡି: ଜଗନ୍ନାଥ ସାରକା

– ୨୦୦୯ରେ ୩୪୯ ଖଣ୍ଡ ଭୋଟ୍ରେ ହାରିଥିଲେ

– ୨୦୧୪ରେ ଜିତି ବିଧାୟକ ହେଲେ

– ଚାଷୀ ସଂଗଠନ ସହ ସଂପୃକ୍ତ

– ଆଦିବାସୀ ନେତା, ସରଳ ଜୀବନ ଯାପନ ପାଇଁ ଲୋକପ୍ରିୟ ନେତା

– ପୂର୍ବତନ ସରପଂଚ, ଜିଲ୍ଲା ପରିଷଦ ସଭ୍ୟ ଏବଂ ଚେୟାରମ୍ୟାନ୍

 

୨୦୧୯-କଂଗ୍ରେସ: ନୀଳମାଧବ ହିକକା

– କଂଗ୍ରେସର ନୂଆ ଚେହେରା

– ପୂର୍ବରୁ ବିଧାନସଭା ନିର୍ବାଚନ ଲଢିନାହାଁନ୍ତି

– ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ

୨୦୧୯-ବିଜେପି: ଶିବଶଙ୍କର ଉଲ୍ଲାକା 

– ରାୟଗଡା ଜିଲ୍ଲା ବିଜେପି ସଭାପତି

– ଗତଥର ସାଂସଦ ନିର୍ବାଚନ ଲଢି ହାରିଥିଲେ

– ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ

ମୈଦାନରେ ମହିଳା ପ୍ରାର୍ଥୀ

– ମହିଳା ପ୍ରାର୍ଥୀ ନାହାଁନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ

– ବିଷମକଟକ, କଲ୍ୟାଣସିଂହପୁର, କୋଲନରା ଏବଂ ମୁନିଗୁଡା ବ୍ଲକ୍କୁ ନେଇ  ବିଷମକଟକ ନିର୍ବାଚନ ମଣ୍ଡଳୀ ଗଠିତ ।

– ବିଷମକଟକ, କଲ୍ୟାଣସିଂହପୁର, କୋଲନରା ବିଜେଡି ଦଖଲରେ ରହିଛି ।

ମୁନିଗୁଡା ବ୍ଲକ୍କୁ କଂଗ୍ରେସ ନିଜ ଦଖଲରେ ରଖିଛି ।

 

ମୁହାଁମୁହିଁ ପ୍ରାର୍ଥୀ

– ବିଜେଡି ପ୍ରାର୍ଥୀ ଜଗନ୍ନାଥ ସରକା, ୨୦୦୯ରେ ୩୪୯ ଖଣ୍ଡ ଭୋଟ୍ରେ ହାରିଥିଲେ

– ୨୦୧୪ରେ ଜିତି ବିଧାୟକ ହୋଇଥିଲେ ଜଗନ୍ନାଥ ସରକା

– ରାୟଗଡା ଜିଲ୍ଲାସଭାପତି ଥିବା ବିଜେପି ପ୍ରାର୍ଥୀ ଶିବଶଙ୍କର ଉଲାକା ୨୦୧୪ରେ ସାଂସଦ ଭାବେ ନିର୍ବାଚନ ଲଢି ହାରିଥିଲେ

– କଂଗ୍ରେସ ପ୍ରାର୍ଥୀ ନୀଳମାଧବ ହିକ୍କା ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢୁଛନ୍ତି

ବିଷମକଟକ ବିଧାନସଭା ଆସନ

– ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ

– ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଡମ୍ବରୁଧର ଉଲ୍ଲାକା ୩୪୯ ଖଣ୍ଡ ଭୋଟ୍ରେ ବିଜେଡି ପ୍ରାର୍ଥୀ ଜଗନ୍ନାଥ ସରକାଙ୍କୁ ପରାସ୍ତ କରିଥିଲେ

– ୨୦୧୪ରେ ୩୦ ହଜାରରୁ ଅଧିକ ଭୋଟ୍ରେ ଜିତିଥିଲେ ବିଜେଡିର ଜଗନ୍ନାଥ ସରକା

– ୨୦୧୪ରେ ବିଜେପି ପ୍ରାର୍ଥୀ ବଦଳିଲେ ଏବଂ ୧୧ ହଜାର ଅଧିକ ଭୋଟ୍ ପାଇଥିଲେ

୨୦୧୪ର ଲଢେଇ

– ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ

– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୫ ହଜାର ୭୦୨

– ମତ ଦେଇଥିଲେ – ୧ ଲକ୍ଷ ୬୫ ହଜାର ୪୪୨

– ଭୋଟଦାନ ହାର – ୮୦.୪୩%

୨୦୧୪ର ଫଳାଫଳ

ପ୍ରାର୍ଥୀ                       ଦଳ            ଭୋଟ ପ୍ରତିଶତ            ଫଳାଫଳ

ଜଗନ୍ନାଥ ସରକା        ବିଜେଡି       ୭୨୩୬୬ ୪୩.୭୪%     ବିଜୟୀ

ଡମ୍ବୁରୁଧର ଉଲାକା     କଂଗ୍ରେସ      ୪୩୧୮୦ ୨୬.୧୦%        ପରାସ୍ତ

ସାରଙ୍ଗଧର କାଡ୍ରାକା    ବିଜେପି        ୧୮୪୧୫ ୧୧.୧୩%        ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ଜଗନ୍ନାଥ ସରକା

ଦଳ – ବିଜେଡି

ଭୋଟ –  ୭୨୩୬୬

ପ୍ରତିଶତ – ୪୩.୭୪%

ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ସାରଙ୍ଗଧର କାଡ୍ରାକା

ଦଳ – ବିଜେପି

ଭୋଟ – ୧୮୪୧୫

ପ୍ରତିଶତ – ୧୧.୧୩%

ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ଡମ୍ବରୁଧର ଉଲାକା

ଦଳ – କଂଗ୍ରେସ

ଭୋଟ – ୪୩୧୮୦

ପ୍ରତିଶତ – ୨୬.୧୦%

ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?

– ବିଜେଡିର ଜଗନ୍ନାଥ ସରକା ଜିତିଥିଲେ

– ୭୨ ହଜାର ୩୬୬ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ

– କଂଗ୍ରେସ ପ୍ରାର୍ଥୀ ଡମ୍ବରୁଧର ଉଲାକାଙ୍କୁ ପରାସ୍ତ କରିଥିଲେ

– ୨୯ ହଜାର ୧୮୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ

– ବିଏସପି ପ୍ରାର୍ଥୀ ବରିଣୀ ମିନିଆକା ୧୭,୨୯୪ ଖଣ୍ଡ ଭୋଟ୍ ସହ ଚତୁର୍ଥରେ ରହିଥିଲେ

– ସିପିଆଇ ଓ ଓଜେଏମ୍ ସମେତ ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ

– ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ

– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୩ ହଜାର ୧୦୬

– ମତ ଦେଇଥିଲେ – ୧ ଲକ୍ଷ ୩୭ ହଜାର ୮୬୦

– ଭୋଟଦାନ ହାର – ୭୧. ୩୯%

୨୦୦୯ର ଫଳାଫଳ

ପ୍ରାର୍ଥୀ                       ଦଳ          ଭୋଟ ପ୍ରତିଶତ           ଫଳାଫଳ

ଜଗନ୍ନାଥ ସରକା        ବିଜେଡି       ୪୭୨୦୬ ୩୪.୨୪%      ପରାସ୍ତ

ଡମ୍ବରୁଧର ଉଲ୍ଲାକା     କଂଗ୍ରେସ     ୪୭୫୫୫ ୩୪.୫୦%      ବିଜୟୀ

ବିଦୁଲତା ହୁଇକା         ବିଜେପି         ୭୭୮୫ ୫.୬୫%         ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ଜଗନ୍ନାଥ ସରକା

ଦଳ – ବିଜେଡି

ଭୋଟ – ୪୭୨୦୬

ପ୍ରତିଶତ – ୩୪.୨୪%

ଫଳାଫଳ – ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ବିଦୁଲତା ହୁଇକା

ଦଳ – ବିଜେପି

ଭୋଟ – ୭୭୮୫

ପ୍ରତିଶତ – ୫.୬୫%

ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ଡମ୍ବରୁଧର ଉଲ୍ଲାକା

ଦଳ – କଂଗ୍ରେସ

ଭୋଟ – ୪୭୫୫୫

ପ୍ରତିଶତ – ୩୪.୫୦%

ଫଳାଫଳ – ବିଜୟୀ

କିଏ ମାରିଥିଲା ବାଜି?

– କଂଗ୍ରେସର ଡମ୍ବରୁଧର ଉଲ୍ଲାକା ବିଜୟୀ ହୋଇଥିଲେ

– ୩୪ ହଜାର ୫୬୩ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ

– ବିଜେଡି ପ୍ରାର୍ଥୀ ଜଗନ୍ନାଥ ସରକାଙ୍କୁ ପରାସ୍ତ କରିଥିଲେ

– ୩୪୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ

– ବିଏସପି ପ୍ରାର୍ଥୀ ସୁବରଦନୀ ୱାଡକା ୧୪ ହଜାର ୦୭୪ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

– ବିଜେପି ପ୍ରାର୍ଥୀଙ୍କ ସମେତ ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

 

୨୦୦୯ ବନାମ ୨୦୧୪

– ୨୦୧୪ରେ ବିଜେପି ପ୍ରାର୍ଥୀ ବଦଳାଇଥିଲା

– ବିଦୁଲତା ହୁଇକାଙ୍କ ସ୍ଥାନରେ ସାରଙ୍ଗଧର କାଡ୍ରାକାଙ୍କୁ ମିଳିଥିଲା ଟିକେଟ

– ୧୧ ହଜାରରୁ ଅଧିକ ଭୋଟ୍ ପାଇଥିଲେ ସାରଙ୍ଗଧର

– ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ବଦଳିନଥିଲେ ।