ବିଶାଖାପାଟଣା ବାୟୋଡିଜେଲ କାରଖାନାରେ ଅଗ୍ନିକାଣ୍ଡ, ୪୦ଟି ଦମକଳ ବାହିନୀରେ ନିଆଁ ଲିଭା କାମ ଜାରି

28

ହୁତୁ ହୁତୁ ହୋଇ ଜଳୁଛି ବିଶାଖପାଟନମର ବାଓଡିଜେଲ କାରଖାନା । ଦୁବାଡା ସ୍ଥିତ ବାଓମାକ୍ସ ଫୁଏଲ ଲିମିଟେଡ କାରଖାନାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ୧୫ ଟି ଡିଜେଲ ଷ୍ଟୋରେଜ ଟ୍ୟାଙ୍କରରେ ନିଆଁ ଲାଗିଛି । ନିଆଁକୁ ଲିଭାଇବା ପାଇଁ ଲାଗିପଡିଛି ଦମକଳ ବାହିନୀ । କିନ୍ତୁ ନିଆଁ ଏତେ ଭୟଙ୍କର ଲାଗିଛି ଏହାକୁ ଆୟତ କରିବା ପାଇଁ ଦମକଳ ବାହିନୀ ନାକେଦମ ହୋଇପଡିଛି । ପୁରା ଅଂଚଳ ଧୁଆଁମୟ ହୋଇଯାଇଛି । ନିଆଁ ଲିଭା କାମରେ ୪୦ଟି ଦମକଳ ନିୟୋଜିତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡର  କାରଣ ବର୍ତମାନ ସୁଦ୍ଧା ଜଣାପଡିନାହିଁ ।