ଆଜି ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ । ତେବେ ଜାଣନ୍ତୁ ତାଙ୍କର କିଛି ପ୍ରେରଣା ଦାୟକ ବିଚାର

103

କନକ ବ୍ୟୁରୋ : ମିସାଇଲମ୍ୟାନ ଭାବରେ ଜଣାଶୁଣା ବ୍ୟକ୍ତି ଅବଦୁଲ କଲାମଙ୍କ ଆଜି ହେଉଛି ଜନ୍ମଦିନ । ସେ ଭାରତର ୧୧ତମ ରାଷ୍ଟ୍ରପତି ଥିଲେ । ୨୦୦୨ ମସିହାରେ ସେ ଭାରତର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ । ତେବେ କଲାମ ନିଜର ପାଞ୍ଚ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବେଶ ନିଷ୍ଠାର ସହ କାମ କରିବା ସହ ସାରା ଦେଶରେ କେବଳ ନୁହେଁ ବରଂ ସାରା ବିଶ୍ୱରେ ନିଜର କାମ ପାଇଁ ପ୍ରଶଂସା ହୋଇଥିଲେ । ତେବେ ନିଜର କାର୍ଯ୍ୟକାଳ ସରିବା ପରେ ସେ ପୁଣି ଥରେ ଶିକ୍ଷା, ସମାଜସେବାରେ ନିଜକୁ ଅତିବାହିତ କରିଥିଲେ । ୧୯୩୧ ମସିହାରେ ଆନ୍ଧ୍ରପ୍ରଦେଶର ରାମେଶ୍ୱରଠାରେ ସେ ଜନ୍ମଗ୍ରହଣ କରିଥିଲେ ।

 

ତେବେ ୨୦୧୫ ମସିହା ଜୁଲାଇ ୨୭ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଯେଉଁ ସମୟରେ ତାଙ୍କର ମୃତ୍ୟୁ ଖବର ଆସିଲା ସାରା ଭାରତ ସ୍ତବ୍ଧ ହୋଇଯାଇଥିଲା କାରଣ ଦେଶ ଜଣେ ଏପରି ବୀରପୁତ୍ରଙ୍କୁ ହରାଇଥିଲା ଯାହାର ପୂରଣ କେବେ ବି ଆଉ ହୋଇପାରିବ ନାହିଁ । କଲାମଙ୍କର କାମ ତାଙ୍କୁ ସାରା ବିଶ୍ୱରେ ପ୍ରତିପାଦନ କରିଥିଲା । ରାଷ୍ଟ୍ରପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ ମଧ୍ୟ ସାଧାରଣ ଲୋକଙ୍କ ପରି ଜୀବନ ବିତାଉଥିଲେ ସେହି ମହାନ ନେତା ।

ଜାଣିରଖନ୍ତୁ କଲାମଙ୍କର କିଛି ଅଭୁଲା ବାଣୀ

ସେ ସର୍ବଦା କହୁଥିଲେ ମଣିଷ କେବେ ହେଲେ ବି ନିଜର ଆତ୍ମ ବିଶ୍ୱାସ ହରାଇବା କଥା ନୁହେଁ କାରଣ ଏହା ହିଁ ମଣିଷକୁ ଆଗକୁ ନେଇଥାଏ ।

ଜୀବନରେ ଯଦି କେବେ କେଉଁଠାରେ ଫେଲ ହେଉଛନ୍ତି ତେବେ ମନଦୁଃଖ କରିବାର ଆବଶ୍ୟକତା ନାହିଁ କାରଣ ହାରିଲେ ହିଁ ଜିତିବାର ସ୍ୱାଦ ମିଳିପାରିବ ବୋଲି କଲାମ କହିଥିଲେ ।

 

ଅପେକ୍ଷା କରି ରହିଥିବା ଲୋକମାନଙ୍କୁ ଅଧିକ ଭଲ ଫଳ ମିଳିଥାଏ । ତେଣୁ ଅପେକ୍ଷା କରୁଥିବା ସମୟରେ କାହାରି ଉପରେ ବିରକ୍ତ ହେବାର କୌଣସି ଆବଶ୍ୟକତା ନାହିଁ ।

ସେ ଆହୁରି ମଧ୍ୟ କହିଥିଲେ ସ୍ୱପ୍ନର ଅର୍ଥ ନୁହେଁ ଯାହାକୁ ଆମେ ରାତିରେ ଦେଖିଥାଉ । ସ୍ୱପ୍ନ ଏପରି ହେବା ଦରକାର ଯାହା ରାତିରେ ମଣିଷକୁ ସଠିକ ଭାବରେ ଶୁଆଇ ଦେବ ନାହିଁ ।

 

ଆଜି ଯଦି ଦୁଃଖ କରିଛନ୍ତି କାଲି ନିଶ୍ଚିତ ରୂପରେ ସୁଃଖ ମିଳିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ତେଣୁ ଦୁଃଥ ସମୟରେ ଭାଙ୍ଗିନପଡି ତାହାର ସାମ୍ମନା କରିବା ପାଇଁ ସେ ସର୍ବଦା ପରାମର୍ଶ ଦିଅନ୍ତି ।

ଭଗବାନ ସେହି ମାନଙ୍କୁ ସାହାର୍ଯ୍ୟ କରନ୍ତି ଯେଉଁମାମେ କଠିନରୁ କଠିନ ପରିଶ୍ରମ କରନ୍ତି । ତେଣୁ ଆଳସ୍ୟ ତ୍ୟାଗ କରି କାମ କରିବା ପାଇଁ ସେ ପରାମର୍ଶ ଦେଉଥିଲେ ।

ତେବେ ତାଙ୍କର ସମସ୍ତ ସ୍ମୃତି ଆଜି ଭାରତ ବର୍ଷର ଅନେକ ସ୍ଥାନରେ ଉଦୀୟମାନ ।