ଭାଇଜାନଙ୍କର ଆଜି ଜନ୍ମ ଦିବସ ! ରୂପେଲି ପରଦା ଅପେକ୍ଷା ବ୍ୟକ୍ତିଗତ ପ୍ରେମ କାହାଣୀକୁ ନେଇ ଥିଲେ ଅଧିକ ଚର୍ଚ୍ଚାରେ

57

ବିଟାଉନର ଭାଇଜାନ ସଲମାନ ଖାନଙ୍କ ଆଜି ଜନ୍ମ ଦିବସ । ୫୨ ବର୍ଷରେ ପାଦ ଥାପିଛନ୍ତି ଭାଇଜାନ । ୨୭ ଡିସେମ୍ବର ୧୯୬୫ରେ ଜନ୍ମ ହୋଇଥିଲେ ସଲମାନ । ନିକଟରେ ଭାଇଜାନ ଜନ୍ମ ଦିନ ଉତ୍ସବ ପାଳିବେ ନାହିଁ ବୋଲି ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିଲା । ସୂଚନା ମୁତାବକ ଭାଇଜାନ ତାଙ୍କର ଆଗାମୀ ଫିଲ୍ମ ପାଇଁ ସୁଟିଂରେ ବ୍ୟସ୍ତ ରହିବା ହେତୁ ସେ ଏ ବର୍ଷ ଜନ୍ମ ଦିନ ପାଳନ କରିବେ ନାହିଁ ବୋଲି ଶୁଣାଯାଉଥିଲା ।

୧୯୮୮ରେ ‘ବିବି ହୋ ତୋ ଏଇସି’ ଫିଲ୍ମ ଜରିଆରେ ବଲିଉଡ ଦୁନିଆରେ ପାଦ ରଖିଥିଲେ ସଲମାନ । ‘ମେନେ ପ୍ୟାର କିୟା’ ଫିଲ୍ମରେ ପ୍ରଥମ ଥର ପାଇଁ ଲିଡ ରୋଲରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା ସଲମାନଙ୍କୁ । ସେହି ସମୟରେ ଏହି ଫିଲ୍ମ ସୁପରହିଟ ହୋଇଥିଲା । ଏହା ପରେ ସଲମାନ ପଛକୁ ନ ଫେରି ସଲମାନ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ପ୍ରଶଂସକ ହୃଦୟକୁ ଜିତି ନେଲେ । ଯାହା ଫଳରେ ଆଜିବି ଭାଇଜାନ ବଲିଉଡ ଦୁନିଆରେ ରାଜ କରୁଛନ୍ତି । ଅନେକ ପ୍ରଶଂସକ ତାଙ୍କ ପାଇଁ ଏବେ ବି ଦିୱାନା ।

ଅନେକ ବିବାଦକୁ ନେଇ ଗତି କରିଛନ୍ତି ଏହି ସୁପରଷ୍ଟାର, ଯାହାକୁ ନେଇ ସେ ଆଇନର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ରୂପେଲି ପରଦା ଅପେକ୍ଷା ବ୍ୟକ୍ତିଗତ ପ୍ରେମ କାହାଣୀକୁ ନେଇ ସେ ହେଲେ ଚର୍ଚ୍ଚିତ ନାୟକ । ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହୁଅନ୍ତୁ ଅବା କ୍ୟାଟ୍ରିନା କେଫ କିମ୍ବା ସଙ୍ଗୀତା ବଜଲାନୀ, କେତେଜଣ ପ୍ରେମ କାହାଣୀକୁ ନେଇ ଅନେକ ସମୟ ହୋଇଛି ଗପିସ । ଦେଶୀ ହୁଅନ୍ତୁ ବା ବିଦେଶୀ ଏକାଧିକ ନାୟିକା ପ୍ରେମରେ ପଡିଛନ୍ତି ସଲମାନ । ହେଲେ ନିଜ ସ୍ୱପ୍ନର ଦୁନିଆ ଗଢିବାକୁ ଏପର୍ଯ୍ୟନ୍ତ ସମର୍ଥ ହୋଇ ନାହାନ୍ତି ଭାଇଜାନ । ଏଥର ଜନ୍ମଦିନରେ ସଲମାନ ଶୁଟିଂରେ ବ୍ୟସ୍ତ ରହିବେ ବୋଲି ଶୁଣାଯାଉଛି ।