ସେବା ଦିବସ ଭାବେ ପାଳନ ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନ !

45

କନକ ବ୍ୟୁରୋ : ସେବା ଦିବସ ଭାବେ ପାଳନ ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନ । ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ନିର୍ଦ୍ଦେଶରେ ଏନେଇ ସମସ୍ତ ସାଂସଦ, ବିଧାୟକ ଏବଂ ପାର୍ଟିର ସମସ୍ତ ବରିଷ୍ଠ ନେତାଙ୍କୁ ଏକ ସର୍କୁଲାର୍ ପଠାଇଛନ୍ତି ବିଜେପି ମହାସଚିବ ଅରୁଣ ସିଂହ ।

ଏହି ସର୍କୁଲାରରେ ଉଲ୍ଲେଖ ହୋଇଛି ଆସନ୍ତା ୧୭ ତାରିଖ ଦିନ ହେଉଛି ମୋଦିଙ୍କ ଜନ୍ମ ଦିନ । ଏହି ଦିନକୁ ସମଗ୍ର ଦେଶରେ ସେବା ଦିବସ ଭାବରେ ପାଳନ କରାଯିବ । ତେଣୁ ସମସ୍ତ ନେତା ଓ ସାସଂଦ ନିଜ ନିଜ ଅଂଚଳରେ ସଫେଇ କାର୍ଯ୍ୟକ୍ରମ, ମେଡିକାଲ୍ କ୍ୟାମ୍ପ ଏବଂ ବୃକ୍ଷରୋପଣ ଆଦି ଅଭିଯାନ କରିବା ପାଇଁ ସର୍କୁଲାରରେ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ମୋଦି ନିଜ ଜନ୍ମଦିନ ଅବସରରେ ବିଶ୍ୱର ଦ୍ୱିତୀୟ ବଡ ସର୍ଦ୍ଦାର ସରୋବର ବନ୍ଧର ଉଦଘାଟନ କରିବେ । ହେଲେ ଏହା ପୂର୍ବରୁ ସର୍ବପ୍ରଥମେ ନିଜ ମା’ଙ୍କ ଆର୍ଶୀବାଦ ନେବା ପାଇଁ ଗାନ୍ଧୀନଗର ଯିବେ ମୋଦି । ସୂତ୍ର ଅନୁସାରେ ମୋଦି ନିଜ ଜନ୍ମଦିନ ଗୁଜୁରାଟର ଗାଁରେ ପାଳନ କରିବେ ।