୪୪ ବର୍ଷରେ ପାଦ ଦେଲେ ବଲିଉଡ଼ର ସୁପରହିରୋ ! ଜାଣନ୍ତୁ ହ୍ରିତିକ ରୋଶନଙ୍କ ବିଷୟରେ କିଛି ଜଣାଅଜଣା କଥା

16

ବଲିଉଡ ସୁପରହିରୋ ତଥା ଅଭିନେତା ହ୍ରିତିକ ରୋଶନ ଆଜି ୪୪ ବର୍ଷରେ ପାଦଦେଲେ । ୧୦ ଜାନୁୟାରୀ ୧୯୭୪ରେ ଜନ୍ମ ହୋଇଥିଲେ ହ୍ରିତିକ । ‘କହୋ ନା ପ୍ୟାର ହୈ’ ତାଙ୍କର ପ୍ରଥମ ସିନେମା ଥିଲା । ଏହା ପରେ ସେ କୋଇ ମିଲ ଗୟା ,କ୍ରିସ, ଧୂମ୨, ଯୋଦ୍ଧା ଆକବର , ମିଶନ କାଶ୍ମୀର , ଲକ୍ଷ୍ୟ, ଅଗ୍ନିପଥ, ଗୁଜାରିଶ, ଜିନ୍ଦେଗୀ ନା ମିଲେଗୀ ଦୁବାରା ,କ୍ରିସ ୩, କାବିଲ ଭଳି ପ୍ରମୁଖ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେ ପ୍ରସିଦ୍ଧ ସିନେମା ନିର୍ଦେଶକ ରାକେଶ ରୋଶନଙ୍କ ପୁଅ । ନିଜ ଡ୍ୟାନ୍ସ ମ୍ୟୁଭରେ ସମସ୍ତଙ୍କୁ ପାଗଳ କରିଥିବା ହ୍ରିତିକ ବଲିଉଡର ଏକ ଚର୍ଚ୍ଚିତ ନାଁ । କିନ୍ତୁ ଆପଣ ଜାଣିଛନ୍ତି କି ହ୍ରିତିକ ପିଲା ବେଳୁ କେଉଁ ରୋଗରେ ପିଡିତ ଥିଲେ । ତେବେ ଆସନ୍ତୁ ଜାଣିବା ହ୍ରିତିକଙ୍କ ବିଷୟରେ କିଛି ଅଜଣା କଥା ।

ଝିଅମାନଙ୍କ ଭିତରେ ସବୁଠାରୁ ଅଧିକ ଲୋକପ୍ରିୟ ନାୟକ ହ୍ରିତିକଙ୍କର ସାରା ଦୁନିଆରେ ଅନେକ ପ୍ରଶଂସକ ଅଛନ୍ତି । ହ୍ରିତିକ ବାଲ୍ୟକାଳରୁ ହିଁ ଅଭିନୟ କରିବା ପାଇଁ ଆଗ୍ରହୀ ଥିଲେ । ତାଙ୍କୁ ପିଲାଦିନରୁ ହିଁ ଏମିତି ଏକ ରୋଗ ହୋଇଥିଲା ଯାହା ଫଳରେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏହା ପରେ ବି ହ୍ରିତିକଙ୍କୁ ଅନେକ ସିନେମାରେ ଶିଶୁ କଳାକାର ରୂପେ ଅଭିନୟ କରିଥିଲେ ।

ହ୍ରିତିକଙ୍କୁ ପିଲାଦିନରୁ ଥଙ୍ଗେଇବାର ରୋଗ ହୋଇଥିଲା । ଏହି ରୋଗ କାରଣରୁ ତାଙ୍କର ଅଭିନୟ ଜୀବନ ଉପରେ ଯେପରି କଳା ବାଦଲ ଘେରି ରହିଥିଲା । ଏଥିପାଇଁ ହ୍ରିତିକ ତାଙ୍କ ବାପା ରାକେଶ ରୋଶନଙ୍କ ଠାରୁ ଗାଳି ମଧ୍ୟ ଶୁଣିଥିଲେ । ରାକେଶଙ୍କ କହିବା ଅନୁସାରେ ଅଭିନୟ କରିବା ପାଇଁ ପରିଷ୍କାର ଭାବେ କହିପାରୁଥିବା ଆବଶ୍ୟକ । କିନ୍ତୁ ହ୍ରିତିକ କଥା କହିବା ମଝିରେ ଥଙ୍ଗେଇ ଯାଉଥିଲେ ।

ହ୍ରିତିକ ମୁଖ୍ୟ ଅଭିନେତା ଭାବେ ୨୦୦୦ ମସିହାରେ ରିଲିଜ ହୋଇଥିବା ସିନେମା ‘କହୋ ନା ପ୍ୟାର ହୈ’ରେ ନଜର ଆସିଥିଲେ । ଏହା ପୂର୍ବରୁ ସେ ଅନେକ ସିନେମାରେ ଶିଶୁ କଳାକାର ରୂପେ ଅଭିନୟ କରିସାରିଥିଲେ । ୧୯୮୦ରେ ରିଲିଜ ହୋଇଥିବା ଫିଲ୍ମ ‘ଆଶା’ରେ ହ୍ରିତିକ ପ୍ରଥମ ଥର ପାଇଁ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।