ବାରଣ୍ଡାରେ ଗଡୁଛନ୍ତି ରୋଗୀ : ବ୍ରହ୍ମପୁର ମେଡିକାଲ ଭିତରେ ଚାଲିଛି ଜନ୍ମଦିନ ପାଳନ

29

କନକ ବ୍ୟୁରୋ : ରୋଗୀଙ୍କ ମିଳୁନି ରୁମ୍ । କିନ୍ତୁ ମେଡିକାଲ ଭିତରେ ଚାଲିଛି ଜନ୍ମଦିନ ପାଳନ । ବ୍ରହ୍ମପୁର ବଡ଼ମେଡ଼ିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ନୂତନ କରି ନିର୍ମାଣ ହୋଇଥିବା କୋଠାରେ ଜନ୍ମଦିନ ପାଳନ ଚାଲିଛି । ମେଡ଼ିକାଲର ଜଣେ ବରିଷ୍ଠ ଅଧିକାରୀଙ୍କ ପୁଅର ଜନ୍ମଦିନ ନୂଆ ପ୍ରସ୍ତୁତି ୱାର୍ଡ଼ରେ ପାଳନ ହୋଇଛି । ଏହି ଜନ୍ମ ଦିନରେ ମେଡ଼ିକାଲର ସମସ୍ତ ବଡ଼ବଡ଼ିଆ ଡ଼ାକ୍ତର ଓ କର୍ମଚାରୀ ଯୋଗଦେଇଥିଲେ । ଭୋଜିରେ ମେଡିକାଲ କଲେଜ ସୁପରିଟେଣ୍ଡ ଓ ପ୍ରିନ୍ସପାଲ ମଧ୍ୟ ସାମିଲ ହୋଇଛନ୍ତି ।

କିନ୍ତୁ ମେଡିକାଲରେ ରୁମ୍ ଖାଲି ନଥିବାରୁ ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି । ବିଡମ୍ବନା ଏତିକିରେ ସୀମିତ ନୁହେଁ ବାରଣ୍ଡାରେ ବି ସନ୍ତାନ ଜନ୍ମ ଦେଉଛନ୍ତି ପ୍ରସୂତି । ତେବେ ଏହି ଘଟଣାକୁ ଏଡ଼େଇ ଦେଇଛନ୍ତି କଲେଜ ସୁପରିଟେଣ୍ଡ । ସେ କେବଳ ଭୋଜିକୁ ଆସିଛନ୍ତି । କିଭଳି ଭୋଜି ଆୟୋଜନ ହୋଇଛି କି କିଏ ଅନୁମତି ଦେଇଛନ୍ତି ସେ ଜାଣିନାହାଁନ୍ତି ବୋଲି କହିଛନ୍ତି ।