ଆତଙ୍କର ଜନ୍ମଦିନ : ବନ୍ଧୁକରେ କେକ୍ କାଟିଲେ ଯୁବକ, ଭିଡିଓ ହେଲା ଭାଇରାଲ

448

ଉତ୍ତର ପ୍ରଦେଶର କିଛି ଯୁବକ ରାସ୍ତା କଡରେ ଜନ୍ମଦିନ ପାଳନ କରିଛନ୍ତି । ଫୁଟପାଥରେ କେକ୍ ରଖିଲେ ଓ ତାକୁ ବନ୍ଧୁକରେ ଗୁଳି କରି କାଟିଲେ । ଏହି ସମୟରେ ଅନେକ ଗୁଳିବର୍ଷା ହେଲା । ଜନ୍ମଦିନରେ ଗୁଣ୍ଡାଗିରି କରି ଜନ୍ମଦିନ ପାଳନ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓକୁ ଟିକ୍ ଟକରେ ଦିଆଯାଇଛି । ଯେତେବେଳେ ଟିକ୍ ଟକ୍ ପ୍ରୋଫାଇଲକୁ ଯାଂଚ କରାଗଲା , ଜଣାଗଲା କି ଏହାକୁ ସେୟାର କରିଥିବା ଯୁବକ ମେରଠ ର । କିନ୍ତୁ ପୁଲିସର କହିବାନୁସାରେ, ଏହି ଭିଡିଓ ମେରଠ ର ନୁହେଁ ।

ଏହି ଭିଡିଓରେ ଦେଖିବାକୁ ମିଳିଛି କି, ପ୍ରଥମେ କେକ୍ କୁ ରାସ୍ତା କଡରେ ରଖାଯାଉଛି । ତା’ପରେ ମହମବତୀ ଜଳାଇଲେ । ଯୁବକ ଫାୟରିଙ୍ଗ କରି ମହମବତୀ ଲିଭାଇଲେ ଓ ଗୁଳି ଚଲାଇ କେକ୍ କୁ ବି କାଟିଦେଲେ । ୨୦ ସେକେଣ୍ଡର ଏହି ଭିଡିଓ ବହୁତ ଭାଇରାଲ ହେଉଛି ।

Comments are closed.