ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଭେଟି ! ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁର୍ଦଶନ

48

କନକ ବ୍ୟୁରୋ : ଆଜି ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ୬୭ତମ ଜନ୍ମ ଦିବସ । ମୋଦିଙ୍କ ଜନ୍ମ ଦିବସରେ ବାଲୁକା ଶିଲ୍ପୀ ସୁର୍ଦଶନ ପଟ୍ଟନାୟକ ଦେଇଛନ୍ତି ଏକ ସୁନ୍ଦର ଉପହାର । ବାଲୁକା କଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମ ଦିନର ଶୁଭେଚ୍ଛା । ପୁରୀ ବେଳା ଭୂମିରେ ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବାଲୁକାରେ ପ୍ରଧାନସେବକ ମୋଦି ଜି ଓ ସ୍ୱଚ୍ଛ ଭାରତ ହିଁ ସେବା ଲେଖିବା ସହିତ ମୋଦିଙ୍କର ଏକ ସୁନ୍ଦର କଳାକୃତି ନିର୍ମାଣ କରିଛନ୍ତି ସୁଦର୍ଶନ ।

କେବଳ ସୁଦର୍ଶନ ନୁହଁନ୍ତିି ପୁରୀରେ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ନିର୍ମାଣ କରିଛନ୍ତି ମାଟିରେ ମୋଦିଙ୍କ କଳାକୃତି । ଯେଉଁଥିରେ ମୋଦିଙ୍କ ଅବିକଳ ଚିତ୍ର ସେ ମାଟିରେ ଖୋଦେଇ କରି ଅତି ସୁନ୍ଦର ଭାବେ କରିଛନ୍ତି । ମୋଦି ଦେଶକ ବିକାଶ ସହ ବିଶ୍ୱରେ ଭାରତକୁ ଏକ ମଜବୁତ ରାଷ୍ଟ୍ର କରିବାକୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ।