ଜନ୍ମତିଥୀରେ ମନେପଡନ୍ତି ଦୁଇ ବୀର ଓଡ଼ିଆ ପୁଅ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏ ! ପୂରା ଦେଶ ପାଳନ କରୁଛି ନେତାଜୀ ଜୟନ୍ତୀ, ନାଁ ଶୁଣିଲେ ଥରି ଉଠୁଥୁଲା ଇଂରେଜ ଶିବିର

757

କନକ ବ୍ୟୁରୋ: ‘ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି’ ଏଭଳି ଡାକରା ଦେଇ ଭାରତୀୟ ଯୁବକଙ୍କୁ ଇଂରେଜଙ୍କ ବିରୋଧରେ ଲଢିବାକୁ ଆହ୍ୱାନ କରିଥିଲେ ବୀର ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଆଜି ଏହି ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ୧୨୧ ତମ ଜନ୍ମଜୟନ୍ତୀ ପାଳନ କରୁଛି ପୂରା ଦେଶ । ନେତାଜୀଙ୍କ ତ୍ୟାଗ ଓ ବଳିଦାନ ହିଁ ଦେଶକୁ ସ୍ୱାଧୀନତା ଆଣି ଦେଇଛି ।ଯାହା ପ୍ରତି ଓଡ଼ିଆଙ୍କ ପାଇଁ ଏକ ଗର୍ବର କଥା । ଏହି ବୀର ଓଡ଼ିଆ ପୁଅଙ୍କ ଜନ୍ମତିଥୀରେ ରାଷ୍ଟ୍ରପତି,ଉପରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ସମେତ ପୂରା ଦେଶ ନେତାଜୀଙ୍କୁ ମନେପକାଇଛନ୍ତି । । ୧୮୯୭ ମସିହା ଜାନୁଆରୀ ୨୩ରେ କଟକର ଓଡିଆ ବଜାରରେ ଜନ୍ମ ନେଇଥିଲେ ନେତାଜୀ ।ପିଲାଦିନୁ ସେ ଥିଲେ ମେଧାବୀ ଓ ବୁଦ୍ଧିମାନ । ରେଭେନସା କଲେଜିଏଟ ସ୍କୁଲର ଛାତ୍ର ଥିଲେ ସୁବାସ । କୋଲାକାତାରେ ପ୍ରେସିଡେନସିରେ ପଢୁଥିବାବେଳେ ତାଙ୍କ ସଂଗ୍ରାମୀ ଜୀବନର ପରିଚୟ ମିଳିଥିଲା । ଇଂରେଜଙ୍କ ସହ ଳଢିବାର ଝୁଙ୍କ ତାଙ୍କୁ ଏକ ସ୍ୱାଧୀନତା ସଂଗ୍ରାମୀର ପରିଚୟ ଦେଇଥିଲା ।

647_081817040243ସେ ଯୁବଗୋଷ୍ଠୀ ମଧ୍ୟରେ ବ୍ରିଟିସ୍ ବିରୋଧୀ ଉଗ୍ର ଜାତୀୟତାବୋଧର ନବଜାଗରଣ ସୃଷ୍ଟି କରିପାରିଥିଲେ। ଗାନ୍ଧୀଜିଙ୍କ ଆଦର୍ଶଗତ ମତ-ପାର୍ଥକ୍ୟରୁ ସୁଭାଷ କଂଗ୍ରେସ୍ ଛାଡ଼ି ଗଢ଼ିଥିଲେ ‘ଫର୍ଓ୍ଵାଡର୍ ବ୍ଲକ୍।’ ତାହା ପରେ ବିଦେଶରେ ‘ଆଜାଦ ହିନ୍ଦ ଫୌଜ’ ଗଢ଼ି ଏହାର ନେତୃତ୍ୱ ନେଇଥିଲେ। ‘ଆଜାଦ ହିନ୍ଦ ଫୌଜ’ର ଆହ୍ଵାନ ଥିଲା- ‘ଦିଲ୍ଲୀ ଚଲୋ’। ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’, ଦେଶବାସୀଙ୍କୁ ଏହି ବଜ୍ର ଆହ୍ଵାନ ଦେଇ ସେ ବ୍ରିଟିସ୍ ଶାସକଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଥିଲେ।ଆଉ ସୁଭାଷଙ୍କ ଏହି ଆହ୍ୱାନରେ ହଜାର ହଜାର ଯୁବକ ଦେଶପ୍ରେମରେ ଉଦବୋଧ ହୋଇ ଆଜାଦ ହିନ୍ଦ ଫୌଜରେ ଯୋଗଦେଇ ଇଂରେଜଙ୍କ ସହ ଲଢିବାକୁ ନିଷ୍ପତି ନେଇଥିଲେ । ସେତେବେଳେ ଇଂରେଜମାନେ ସୁଭାଷଙ୍କ ନାଁ ଶୁଣିଲେ ଆତଙ୍କିତ ହୋଇପଡୁଥିଲେ । ତାଙ୍କର ଅଗ୍ନିବର୍ଷୀ ଭାଷଣରେ ଯୁବକ ମାନେ ଯେଉଁଭଳି ଭାବେ ସୁଭାଷଙ୍କ ସହ ଯୋଡିହେଉଥିଲେ ତାହା ଇଂରେଜଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ।

Web1କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ସୁଭାଷଙ୍କ ବେଶ ପ୍ରସିଦ୍ଧି ରହିଥିଲା । ଭାରତକୁ ଇଂରେଜଙ୍କ କବଳରୁ ମୁକଳାଇବା ପାଇଁ ଦେଶ ବାହାରେ ଆଜାଦ ହିନ୍ଦ ଫୌଜ ନାମକ ଏକ ସ୍ୱତନ୍ତ୍ର ସେନାବାହିନୀ ଗଠନ କରିଥିଲେ ସୁଭାଷ । ଜର୍ମାନର ଶାସକ ହିଟଲରଙ୍କ ସହାୟତାରେ ସେ ଏହି ଫୌଜ ଗଠନ କରି ସ୍ୱାଧୀନତା ପାଇଁ ଇଂରେଜଙ୍କ ବିରୋଧରେ ଆରମ୍ଭ କରିଥିଲେ ଲଢେଇ । ମହାତ୍ମା ଗାନ୍ଧିଙ୍କ ସହ ତାଙ୍କର ମତଭେଦ ଥିବା ସତ୍ତେ୍ୱ ମଧ୍ୟ ପ୍ରଥମେ ସେ ହିଁ ମହାତ୍ମାଙ୍କୁ ରାଷ୍ଟ୍ରପିତା ଭାବେ ଅଭିହିତ କରିଥିଲେ । ତେବେ ଭାରତ ସ୍ୱାଧୀନତା ହାସଲ କରିବାର କିଛି ବର୍ଷ ପୂର୍ବରୁ ଏକ ବିମାନ ଦୁର୍ଘଟଣାରେ ସୁଭାଷଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଲା । କିନ୍ତୁ ଏହାକୁ ସାଧାରଣ ଲୋକ ଗ୍ରହଣ କରିନଥିଲେ । କାରଣ ବିମାନ ଦୁର୍ଘଟଣାରେ ସୁଭାଷଙ୍କ ମୃତ୍ୟୁ ହୋଇଥିବା ନେଇ କୌଣସି ବଳିଷ୍ଠ ପ୍ରମାଣ ନଥିଲା । ଯାହା ଆଜି ଯାଏଁ ମଧ୍ୟ ରହସ୍ୟଘେରରେ ରହିଛି । ଏପରିକି ନେତାଜୀଙ୍କ ମୃତ୍ୟୁକୁ ନେଇ ଅନେକ କାହାଣୀ ସାମ୍ନାକୁ ଆସିଛି କିନ୍ତୁ ପ୍ରକୃତରେ ନେତାଜୀଙ୍କର ସେହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା କି ନାହିଁ ତାହା ଏବେ ମଧ୍ୟ ରହସ୍ୟଘେରରେ ରହିଛି ।

ତେବେ ନେତାଜୀଙ୍କ ସ୍ମୃତିକୁ ଚିରଦିନ ପାଇଁ ମନେରଖିବା ପାଇଁ କଟକସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ଏବେ ସଂଗ୍ରହାଳୟ ହୋଇଛି । ଏଠାରେ ନେତାଜୀଙ୍କ ଜୀବନ ସହ ଜଡିତ ଇତିହାସକୁ ନେଇ ରହିଛି ଗ୍ୟାଲେରୀ । ଏହାଛଡା ନେତାଜୀଙ୍କ ଜୀବନର ବିଭିନ୍ନ ଘଟଣାକୁ ଚିତ୍ର ଆକାରରେ ଦର୍ଶାଯାଇଛିା

କାନ୍ଥ କହେ କାହାଣୀ:
neta5-500x244କଟକସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟର ମୁଖ୍ୟ ଗେଟ୍ (ଜେଲ୍ ରୋଡ)କୁ ଯିବା ପୂର୍ବରୁ ରାସ୍ତାର ଦକ୍ଷିଣ ପାର୍ଶ୍ୱ ପାଚେରିରେ ନେତାଜୀଙ୍କ ଜୀବନର ବିଭିନ୍ନ ଘଟଣାକୁ ଚିତ୍ର ଅକାରରେ ଦର୍ଶାଯାଇଛି। ପ୍ରଥମ ପର୍ୟ୍ୟାୟରେ ନେତାଜୀଙ୍କ ଶୈଶବରୁ ଆଜାଦ୍ ହିନ୍ଦ୍ ଫୌଜ୍ ଗଠନ ପରର ଫଟୋ ଅଙ୍କା ଯାଇଛି। ଦ୍ୱିତୀୟରେ ନେତାଜୀଙ୍କ ଚିନ୍ତାଧାରା ଉପରେ ମହାତ୍ମା ଗାନ୍ଧୀ ଦେଇଥିବା ମନ୍ତବ୍ୟ ଓ ତାଙ୍କ ଚିନ୍ତାଧାରା ଉପରେ ନେତାଜୀ ଦେଇଥିବା ମନ୍ତବ୍ୟକୁ କାନ୍ଥରେ ଲେଖାଯିବା ସହ ଦୁଇଜଣଙ୍କ ଫଟୋକୁ ମଧ୍ୟ ଅଙ୍କାଯାଇଛି। ତୃତୀୟରେ ନେତାଜୀଙ୍କ ଜୀବନକୁ ବିଭିନ୍ନ ସମୟରେ ଆସିଥିବା ଅନେକ ଲୋକଙ୍କ ଫଟୋଚିତ୍ର ମଧ୍ୟ ଏଠାରେ ରହିଛି। ସେମାନଙ୍କ ମଧ୍ୟରେ ଅଦବ୍ ଖାନ୍, ଭଗତ ରାମ ତଲ୍ବାର, ଉତ୍ତମ ଚନ୍ଦ୍ର ମଲହୋତା, ଏମ୍.ଆକବର ସାହା, ଶିଶିର କୁମାର ବୋଷ ଅଛନ୍ତି। ସେହିପରି ନେତାଜୀ ଦେଇଥିବା ସ୍ଲୋଗାନ୍ ‘ଦିଲ୍ଲୀ ଚଲୋ’ ଓ ‘ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ ସହିତ ‘ଆଜାଦ୍ ହିନ୍ଦ୍ ଫୌଜ’ର ସୈନ୍ୟ ଓ ନେତାଜୀ ଉଡାଜାହାଜରୁ ଓହ୍ଲାଉଥିବାର ଚିତ୍ର ମଧ୍ୟ ଅଙ୍କାଯାଇଛି।

104415823ସେହିଭଳି ଆଜି ହେଉଛି ଭାରତୀୟ ସଶସ୍ତ୍ର ସଂଗ୍ରାମର ମହାନାୟକ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମତିଥି । ୧୮୦୯ ମସିହା ଆଜିର ଦିନରେ ସମ୍ବଲପୁରର ଖିଣ୍ଡା ଗାଁରେ ଜନ୍ମ ନେଇଥିଲେ ବୀର ସୁରେନ୍ଦ୍ର ସାଏା ୧୮ ବର୍ଷ ବୟସରୁ ସେ ଇଂରେଜ ବିରୋଧରେ ଲଢେଇ ଆରମ୍ଭ କରିଥିଲେ । ଦୀର୍ଘ କୋଡିଏ ବର୍ଷ ଧରି ସଂଗ୍ରାମ କରି ସେ ବ୍ରିଟିଶ ଶାସନତନ୍ତ୍ରକୁ ଦୋହଲାଇଦେଇଥିଲୋ ଦୀର୍ଘ ୩୭ ବର୍ଷ ବନ୍ଦୀ ରହି ସୁରେନ୍ଦ୍ର ସାଏ ଅକଥନୀୟ ଯନ୍ତ୍ରଣା ଭୋଗିଥିଲେ । ତାଙ୍କର ରଣକୌଶଳ ଥିଲା ଭିନ୍ନ । ସମ୍ମୁଖ ଯୁଦ୍ଧ ବଦଳରେ ସେ ଗରିଲା ରଣନୀତି ଆପଣେଇଥିଲେ । ଘଂଚ ଜଙ୍ଗଲ, ପର୍ବତ ଥିଲା ବୀର ସୁରେନ୍ଦ୍ର ସାଏଙ୍କ ଆଶ୍ରୟସ୍ଥଳୀ । ଏହି ଦୁଇ ଓଡ଼ିଆ ବୀରଙ୍କ ଜନ୍ମତିଥିରେ ପୂରା ଦେଶ ଏମାନଙ୍କ ତ୍ୟାଗ ଓ ବଳିଦାନକୁ ମନେପକାଉଛି ।