ଦିନେ ସେ ଗଳିକନ୍ଦିରେ ବୁଲି ବୁଲି ବିକ୍ରି କରୁଥିଲେ ଶାଢ଼ୀ , ଏବେ ସେ ହେଉଛନ୍ତି କୋଟି କୋଟି ଟଙ୍କାର ମାଲିକ । ଜାଣନ୍ତୁ ବିରେନଙ୍କ ସଂଘର୍ଷମୟ କାହାଣୀ

72

ଆପଣଙ୍କ ସ୍ୟାଲେରୀ କମ୍ ଅଛି ଓ ଆପଣ ଭାବୁଛନ୍ତି କି ଭବିଷ୍ୟତରେ ଭଲ ଟଙ୍କା ରୋଜଗାର କରିପାରିବେନି ତାହେଲେ, ଆପଣଙ୍କ ମନରୁ ଏଭଳି ଭୁଲ୍ ଧାରଣା ବାହାର କରନ୍ତୁ । ଆଜି ଆମେ ଏଭଳି ଏକ ବ୍ୟକ୍ତି ବିଷୟରେ ଜଣାଇବାକୁ ଯାଉଛୁ, ଯିଏ କେବେ ଗଳିକନ୍ଦିରେ ବୁଲି ବୁଲି ‘ଶାଢ଼ୀ ଲେ ଲୋ’ ଏବଂ ପ୍ରତିଦିନ ଅଢ଼େଇ ଟଙ୍କା ରୋଜଗାର କରୁଥିଲେ । ଏହା ସହିତ ଏକ ସଫଳ ବିଜନେସ୍ ମ୍ୟାନ ହେବାର ସ୍ୱପ୍ନ ବି ଦେଖୁଥିଲେ ।

ଏହି ବ୍ୟକ୍ତିତ୍ୱଙ୍କ ନାମ ବିରେନ୍ କୁମାର ବସାକ । ତାଙ୍କର ଜନ୍ମ ୧୬ ମେ ୧୯୫୧ରେ ହୋଇଥିଲା । ସେ କୋଲକାତାର ନାଦିୟା ଜିଲ୍ଲାର ବାସିନ୍ଦା । ପେଶାରେ ସେ ଶାଢ଼ି ବୁଣିବାର କାମ କରନ୍ତି । ସଂଘର୍ଷର ପ୍ରାରମ୍ଭିକ ସମୟରେ ସେ ନିଜ କାନ୍ଧରେ ଶାଢ଼ିର ପୋଟଳି ଲଦି କୋଲକାତାର ଗଳିରେ ବୁଲି ବୁଲି ଶାଢ଼ି ବିକ୍ରି କରୁଥିଲେ । ଆଜି ସେ କୋଟି କୋଟି ଟଙ୍କାର ମାଲିକ, କିନ୍ତୁ ଏକ ସମୟ ଥିଲା ଯେତେବେଳେ ସେ ୨.୫୦ ଟଙ୍କାରେ ଶାଢ଼ୀ ବୁଣିବାର କାମ କରୁଥିଲେ । ଏହା ସତ୍ୟ ଯେ ପରିଶ୍ରମ ଦିନେ ନା ଦିନେ ନିଶ୍ଚୟ ସଫଳ କରାଏ ।

ବିରେନ୍ କୁମାର ବସାକଙ୍କ ପରିଶ୍ରମ ଓ କଠିନ ସଂଘର୍ଷ ପରେ ନିଜର ଶାଢ଼ୀ କମ୍ପାନୀ ‘ବସାକ ଆଣ୍ଡ କମ୍ପାନୀ’ ର ଟର୍ନଓଭର ୫୦ କୋଟି ଟଙ୍କା । ସେ ଶାଢ଼ିରେ ସାତ ଖଣ୍ଡ ରାମାୟଣ ବି ଲେଖିଥିଲେ, ଯାହା ପାଇଁ ବ୍ରିଟିଶ ୟୁନିଭର୍ସିଟି ତାଙ୍କୁ ଡାଇରେକ୍ଟର ଉପାଧିରେ ସମ୍ମାନିତ କରିଥିଲେ । ସେ ୧୯୯୬ରେ ଏହି ଶାଢ଼ୀ ବୁଣିଥିଲେ, ଯାହା ୬ ଗଜ ର ଥିଲା । ସେଥିପାଇଁ ସେ ଜାତୀୟ ପୁରସ୍କାର, ନ୍ୟାସନାଲ ମେରିଟ୍ ସାର୍ଟିଫିକେଟ୍ ଆୱାର୍ଡ, ସନ୍ଥ କବୀର ଆୱାର୍ଡ ପାଇଛନ୍ତି । ଏବଂ ଲିମକା ବୁକ୍ ଅଫ୍ ରେକର୍ଡ, ଇଣ୍ଡିଆନ ବୁକ୍ ଅଫ୍ ରେକର୍ଡ ଓ ୱାଲର୍ଡ ୟୁନିକ୍ ରେକର୍ଡରେ ବି ତାଙ୍କର ନାମ ସ୍ଥାନିତ ପାଇଛି ।

ସେ ୧୦ ହଜାର ଟଙ୍କା ଋଣ ଆଣି ନିଜ ଭାଇ ସହିତ ଶାଢ଼ୀ ବୁଣି ବିକ୍ରି କରିବାକୁ କୋଲକାତାର ଫୁଲିଆ ଯାଉଥିଲେ । ସେମାନେ ନିଜ କାନ୍ଧରେ ୮୦ରୁ ୯୦ କିଲୋଗ୍ରାମ ଭାର ଉଠାଇ ଡୋର୍-ଟୁ-ଡୋର୍ ଶାଢ଼ୀ ବିକ୍ରି କରୁଥିଲେ । ବର୍ଷ ୧୯୮୭ରେ ନିଜର ପ୍ରଥମ ଶାଢ଼ୀ ଦୋକାନ ଖୋଲିଥିଲେ । ଏବେ ତାଙ୍କ ପାଖରେ ପାଖାପାଖି ୫ ହଜାର ବୁଣାକାର କାମ କରୁଛନ୍ତି ।