ଓଡିଶାକୁ ପୁଣି ଫେରିଲା ବାର୍ଡ ଫ୍ଲୁ । ଭୁବନେଶ୍ୱର ଓୟୁଏଟି ପରିସରରେ ହେଲା ଚିହ୍ନଟ, ଆସନ୍ତାକାଲି ଠାରୁ କୁକୁଡା ମରା ଅଭିଯାନ ଆରମ୍ଭ ।

428

କନକ ବ୍ୟୁରୋ : ଓଡିଶାକୁ ପୁଣି ଫେରିଲା ବାର୍ଡ ଫ୍ଲୁ । ଭୁବନେଶ୍ୱର ଓୟୁଏଟିରେ ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ କରାଯାଇଛି । ଏନେଇ ଓୟୁଏଟି ପାଥୋଲୋଜି ବିଭାଗର ମୁଖ୍ୟ ସୁଶେନ ପଣ୍ଡା ସୂଚନା ଦେଇଛନ୍ତି । ଏପରିକି ଏନେଇ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି । ତେଣୁ ଆସନ୍ତାକାଲି ଠାରୁ କୁକୁଡା ମରା ଅଭିଯାନ ଆରମ୍ଭ ହେବ । ଓୟୁଏଟି ଠାରୁ ୧ କିମି ପରିବ୍ୟାପ୍ତ ଅଞ୍ଚଳରେ କୁକୁଡା ମାରିବାକୁ ପଦକ୍ଷେପ ନିଆଯାଇଛି ।

ଏହାପୂର୍ବରୁ ଗତ ଦୁଇ ଦିନ ହେବ ଓୟୁଏଟି ପରିସରରେ ଥିବା କୁକୁଡାଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ହେଉଥିଲା । ତେଣୁ ଏହାର କାରଣ ଜାଣିବା ପାଇଁ ମୃତ କୁକୁଡାଙ୍କ ନମୁନା ଭୋପାଳ ପଠାଯାଇଥିଲା । ଭୋପାଳ ଲ୍ୟାବରୁ ପଠାଯାଇଥିବା ନମୁନା ପଜିଟିଭ୍ ଆସିବା ପରେ ଓୟୁଏଟି ପରିସରରେ କିଛି କୁକୁଡାଙ୍କୁ ମରାଯାଇଛି । ଆସନ୍ତାକାଲି ଏହାକୁ ଆହୁରି ବ୍ୟାପକ କରାଯିବ । ଏହାପୂର୍ବରୁ ବାର୍ଡ ଫ୍ଲୁ ସଂକ୍ରାନ୍ତରେ କେନ୍ଦ୍ର ପକ୍ଷରୁ ବିଧିବଦ୍ଧ ଭାବେ ଅବଗତ କରାଯାଇଛି ।