ଆଜି କେରଙ୍ଗରେ ମରାଯିବ କୁକୁଡ଼ା : ପ୍ରଶାସନ ସହ ଆଲୋଚନା ପରେ ଗାଁ ଲୋକଙ୍କ ସହମତି

42

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା କେରଙ୍ଗରେ ଆଜି ଆରମ୍ଭ ହେବ କୁକୁଡା ମରା ଅଭିଯାନ । ଗ୍ରାମବାସୀଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା ପରେ କୁକୁଡା ମାରିବାକୁ ରାଜି ହୋଇଛନ୍ତି ଗାଁ ଲୋକେ । ତେବେ ଗାଁରେ ଥିବା ଏକ ଫାର୍ମରେ ପ୍ରଥମେ କୁକୁଡା ମାରିବାକୁ ଦାବି କରୁଛନ୍ତି ଲୋକେ ।

୨୦୧୨ରେ ଏହିଠାରୁ ବାର୍ଡ ଫ୍ଲୁ ବ୍ୟାପିଥିଲା । ତେଣୁ ପ୍ରଥମେ ଏହି ଫାର୍ମରେ କୁକୁଡା ମାରିବାକୁ ଅଡି ବସିଛନ୍ତି । ହେଲେ ଜିଲ୍ଲାପାଳଙ୍କ କହିବା ହେଲା, ଫ୍ଲୁ ଚିହ୍ନଟ ହୋଇଥିବା ସ୍ଥାନରୁ ୧ କିଲୋମିଟ ପରିଧି ଭିତରେ କୁକୁଡା ମାରିବାକୁ ଗାଇଡ ଲାଇନ ରହିଛି । ଏବଂ ସେହି ଅନୁସାରେ ପ୍ରଶାସନ ପ୍ରଥମେ କୁକୁଡା ମାରିବା ଆରମ୍ଭ କରିବ । ତେବେ କାହିଁକି ସେହି ନିର୍ଦ୍ଦିଷ୍ଟ ଫାର୍ମରେ କୁକୁଡା ମରାଯାଉ ନାହିଁ ବୋଲି ଗାଁଲୋକେ ଆପତି କରିବାକୁ ଗତକାଲି ଆରମ୍ଭ ହୋଇପାରିନଥିଲା କୁକୁଡା ମରା ଅଭିଯାନ । ସଂଧ୍ୟାରେ ଗ୍ରାମବାସୀଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା ପରେ ଲୋକେ କୁକୁଡା ମାରିବା ପାଇଁ ରାଜି ହୋଇଥିବା ଜଣାପଡିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –