ଖୋର୍ଦ୍ଧାରେ ବାର୍ଡଫ୍ଲୁ ଆତଙ୍କ : କାଲିଠୁ କେରଙ୍ଗରେ କୁକୁଡା ମରା ଅଭିଯାନ

41

ଖୋର୍ଦ୍ଧା : ପୁଣି ଫେରିଲା ବାର୍ଡଫ୍ଲୁ ଆତଙ୍କ । ଖୋର୍ଦ୍ଧାରେ ଏଚ୍୫ ଏନ୍୧ ଭୂତାଣୁ ଚିହ୍ନଟ ହୋଇଛି । ଫଳରେ ଆସନ୍ତାକାଲିଠୁ ଜିଲ୍ଲାର କେରଙ୍ଗରେ କୁକୁଡା ମରା ଅଭିଯାନ ଆରମ୍ଭ ହେବ । ଏନେଇ କେରଙ୍ଗରେ ପ୍ରାଣୀ ଚିକିତ୍ସକ ଟିମ୍ ଡେରା ପକାଇଛନ୍ତି । ପାଖାପାଖି ୧୩ଟି ଟିମ୍ ସ୍ଥାନୀୟ ଅଂଚଳରେ କୁକୁଡା ମରା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

ଗତକାଲି ଭୋପାଳରୁ ଆସିଥିବା ରିପୋର୍ଟରେ ଖୋର୍ଦ୍ଧା କେରଙ୍ଗରେ ବାର୍ଡଫ୍ଲୁ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି । ଏଥିରେ ଏଚ୍ ୫ ଏନ୍ ୧ ଭୂତାଣୁ ଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି ବିଶେଷଜ୍ଞ ।

ଏପରିକି କେନ୍ଦ୍ରୀୟ ଟିମ୍ ବି ଆସୁଥିବା ସୂଚନା ମିଳିଛି । ଭୂତାଣୁ ଯେପରି ଅନ୍ୟ ଅଂଚଳକୁ ନ’ବ୍ୟାପେ ସେନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ତେବେ ଭୂତାଣୁ ସଂକ୍ରମଣ ନେଇ ଆତଙ୍କିତ ହୋଇପଡିଛନ୍ତି ଲୋକେ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :