କୃଷ୍ଣପ୍ରସାଦରେ ବାର୍ଡ ଫ୍ଲୁ ! ୧କିମି ମଧ୍ୟରେ ସମସ୍ତ କୁକୁଡାଙ୍କୁ ମାରିବାକୁ ନିର୍ଦ୍ଦେଶ, ମଧ୍ୟାନ ଭୋଜନରେ ଦିଆଯିବନି ଅଣ୍ଡା ।

200

କନକ ବ୍ୟୁରୋ : ପୁରୀ ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁୃ ଆତଙ୍କ । କୁକୁଡା ଓ କାଉରେ ବାର୍ଡ ଫ୍ଲୁ ପଜିଟିଭି ମିଳିଥିବା ଜଣାପଡିଛି । ପଥରଗଂଜ, ମାସସାହି ଓ ବୃଦ୍ଧିବର ଗାଁରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି । ଏକ କିଲୋମିଟର ମଧ୍ୟରେ ଥିବା ସମସ୍ତ କୁକୁଡାକୁ ମରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହା ସହ ୧୦ କିଲୋମିଟର ମଧ୍ୟରେ କୁକୁଡା ମାଂସ ଖାଇବା ନେଇ ମଧ୍ୟ କଟକଣା ଜାରି କରାଯିବ ।

ମଧ୍ୟାହ୍ନ ଭୋଜନରେ ବି ଅଣ୍ଡା ବନ୍ଦ କରାଯିବ ବୋଲି କହିଛନ୍ଦି ପୁରୀ ଅତିରିକ୍ତ ଜିଲ୍ଲାପାଳ । ପୁରୀ ଜିଲ୍ଲା ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକରେ ଦେଖାଦେଇଛି ଏଭଳି ବାର୍ଡ ଫ୍ଲୁ ଆତଙ୍କ । ସ୍ଥାନୀୟ ଅଞ୍ଚଳରେ କୁକୁଡା ଓ କାଉରେ ବାର୍ଡ ଫ୍ଲୁ ପଜିଟିଭ୍ ମିଳିଥିବା ନେଇ ସୂଚନା ମିଳିଛି । ତେବେ ସବୁଠାରୁ ବଡ କଥା ହେଉଛି ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀମାନଙ୍କୁ ଯେଉଁ ଅଣ୍ଡା ଖାଇବାକୁ ଦିଆଯାଏ, ତାକୁ ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ପୁରୀ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।