ମୋମୋ, କିକି ପରେ ନୂଆ ବର୍ଷରେ ନୂଆ ଚ୍ୟାଲେଂଜ : ଆଖିରେ ପଟି ବାନ୍ଧି ଏଣେତେଣେ ପଡୁଛନ୍ତି ଲୋକ । ଭିଡିଓ ଭାଇରାଲ

79

ନେଟଫ୍ଲିକ୍ସରେ ଏକ ଫିଲ୍ମ ରିଲିଜ ହୋଇଛି ଯାହାର ନାମ BirdBox । ସିନେମାଟି ଠିକ୍ ଅଛି । କିନ୍ତୁ ଏହା ଉପରେ ହେଉଥିବା ଚ୍ୟାଲେଂଜ ବହୁତ ବିପଦଜନକ । ଚ୍ୟାଲେଂଜର ନାମ ବାର୍ଡବକ୍ସ, ଏଥିରେ ଲୋକ ଆଖିରେ ପଟି ବାନ୍ଧି କାମ କରୁଛନ୍ତି ଓ ଯାହା ସେମାନେ ପ୍ରତିଦିନ କରନ୍ତି । କିଛି ଲୋକ ଏହି ଚ୍ୟାଲେଂଜ ପୁରା କରିବା ସମୟରେ ଏଣେତେଣେ ପଡିଯାଉଛନ୍ତି ।

୨୪ ଘଣ୍ଟା ପର୍ଯ୍ୟନ୍ତ ବାନ୍ଧି ରଖୁଛନ୍ତି ପଟ୍ଟି : ଗୋଟିଏ ଭିଡିଓରେ ଦୁଇ ଜଣ ଝିଅ ୨୪ ଘଣ୍ଟା ପର୍ଯ୍ୟନ୍ତ ପଟ୍ଟି ବାନ୍ଧି କାମ କରିଛନ୍ତି ।

ଏହି ଚ୍ୟାଲେଂଜ କାରଣରୁ ଲୋକଙ୍କୁ କ୍ଷତି ପହଂଚିବାର ସମ୍ଭାବନା ଅଧିକ ଅଛି । କେହି ବି ଯେକୌଣସି ଜାଗାରେ ବିପଦଜନକ ଭାବେ ପଡିପାରନ୍ତି ଓ ଗଭୀର ଆଘାତ ଲାଗିଯାଇପାରେ । ଏହାକୁ ଧ୍ୟାନରେ ରଖି ଲୋକଙ୍କୁ ସାବଧାନତା ଅବଲମ୍ବନ କରିବା ପାଇଁ ନେଟଫ୍ଲିକ୍ସ ଅପିଲ କରିଛି ।