ବିରାଟ ବାହିନୀର ବିରାଟ ବିଜୟ । ନାଗପୁର ଟେଷ୍ଟରେ ଶ୍ରୀଲଙ୍କାକୁ ଇନିଂସ ଓ ୨୩୯ ରନରେ ହରାଇଲା ଭାରତ

55

କନକ ବ୍ୟୁରୋ : ବିରାଟ ବାହିନୀର ବିରାଟ ବିଜୟ । ନାଗପୁର ଟେଷ୍ଟରେ ଶ୍ରୀଲଙ୍କାକୁ ବଡ ବ୍ୟବଧାନରେ ହରାଇଲା ଭାରତ । ଭ୍ରମଣକାରୀ ଦଳକୁ ଇନିଂସ ଓ ୨୩୯ ରନ୍ରେ ହରାଇଛି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଇନିଂସରେ ୧୬୬ ରନରେ ଅଲଆଉଟ୍ ହୋଇଛି ସିଂହଳୀ ଦଳ । ଶ୍ରୀଲଙ୍କାର ପ୍ରଥମ ଇନିଂସ ସ୍କୋର ୨୦୫ ରନ୍ ଜବାବରେ ୬୧୦ ରନ୍ ବିଶାଳ ସ୍କୋର କରିଥିଲା ବିରାଟ ବ୍ରିଗେଡ୍ । କ୍ୟାପଟେନ୍ ବିରାଟ କୋହଲିଙ୍କ ଦ୍ୱିଶତକ ହାସଲ କରିବା ସହ ସର୍ବାଧିକ ୨୧୩ ରନ୍ କରିଥିଲେ ।

ଏହା ସହ ଶତକ ହାସଲ କରିଥିବା ଚେତେଶ୍ୱର ପୂଜାରା ୧୪୩ ଓ ରୋହିତ ଶର୍ମା ୧୦୨ ରନ୍ କରି ଶ୍ରୀଲଙ୍କାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସି ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଆତ୍ମସମର୍ପଣ କରିଦେଇଥିଲେ ସିଂହଳୀ ବ୍ୟାଟସମ୍ୟାନ୍ । ସ୍ପିନର ରବିନ୍ଦ୍ର ଜାଦେଜା ଓ ଆର ଅଶ୍ୱିନଙ୍କ ସହ ପେସର ଇଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ବୋଲିଂ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ବିଜୟ ସହ ୧-୦ରେ ସିରିଜ୍ ଆଗୁଆ ହୋଇଛି ଭାରତ ।