ଦେବଦୂତ ସାଜିଲେ ବିରଞ୍ଚି ! ଜୀବନକୁ ବାଜି ଲଗାଇ ପରିତ୍ୟକ୍ତ କୂଅରୁ ଉଦ୍ଧାର କଲେ ୩ ନାବାଳକଙ୍କ ଜୀବନ

463

କନକ ବ୍ୟୁରୋ : ଦେବଦୂତ ସାଜିଲେ ବିରଞ୍ଚି । ବିରଞ୍ଚିଙ୍କ ସାହସିକତାକୁ ସଲାମ । ପରିତ୍ୟକ୍ତ କୂଅରୁ ୩ ଜଣ ସ୍କୁଲ ପିଲ୍ଲାଙ୍କ ଜୀବନ ବଂଚାଇଲେ ସାହାସୀ ଯୁବକ ବିରଞ୍ଚି ମାଝି । ସାହସିକତାର ପରିଚୟ ଦେଇ ଉଦ୍ଧାର କରିଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତର ତୁରୁଞ୍ଜିଆଗୁଡା ଗ୍ରାମର ବିରଞ୍ଚି ମାଝି । ବିରଞ୍ଚିଙ୍କ ଏଭଳି ମଣିଷ ପଣିଆ ପାଇଁ ଏବେ ଚାରି ଆଡୁ ଶୁଭେଛାର ସୁଅ ଛୁଟିଛି ।

ସୁଚନା ଅନୁସାରେ ଏକ ପରିତ୍ୟକ୍ତ କୁଅରେ ତିନି ଜଣ ସ୍କୁଲ ପିଲା ପଡ଼ିଯିବା ପରେ ସେମାନଙ୍କ ଚିକ୍ରାର ଶୁଣି ଥିଲେ ବିରଞ୍ଚି । ଏହା ଜାଣିବା ମାତ୍ରେ ବିଳମ୍ୱ ନକରି କୂଅ ଭିତରକୁ ଲମ୍ଫ ମାରିଥିଲେ । ଆଉ ପାଣି ଭିତରେ ପିଲାମାନଙ୍କୁ ନିଜ କାନ୍ଧ ଉପରେ ରଖି ନେଇ ଉଦ୍ଧାର କରିଥିଲେ । କୂଅ ଭିତରୁ ଚିତ୍କାର ଶୁଣି ଗାଁର ଲୋକେ ପହଁଚି ଦଉଡି ପକାଇ ଜଣକ ପରେ ଜଣକୁ ଉଦ୍ଧାର କରିଥିଲେ ।

ତେବେ ବିରଞ୍ଚିଙ୍କ ଏପରି ଉଦ୍ୟମ ବେଳେ ତାଙ୍କ ଗୋଡରେ ଆଘାତ ଲାଗିଛି । ଏବେ ସେ ନବରଙ୍ଗପୁର ମେଡ଼ିକାଲରେ ଚିକିତ୍ସିତ ଅଛନ୍ତି । ବିରଂଚି ନାବାଳକ ମାନଙ୍କୁ ଉଦ୍ଧାର କରିଥିବାରୁ ବେଶ ଖୁସି ଅନୁଭବ କରୁଥିବା କଥା କହିଛନ୍ତି ।