ବିରଂଚି ଦାସ ହତ୍ୟା ମାମଲା ! ରାଜା ଆଚାର୍ଯ୍ୟଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ଭୟରେ ଗୀତାଂଜଳି ଓ ଲେସଲି

32

କନକ ବ୍ୟୁରୋ : ଯୁଡୋ କୋଚ୍ ବିରଂଚି ଦାସ ହତ୍ୟା ମାମଲାର ଅଭିଯୁକ୍ତ ରାଜା ଆଚାର୍ଯ୍ୟଙ୍କୁ ମିଳିଛି ଜାମିନ । ଆସନ୍ତା ୭ଦିନ ଭିତରେ ସେ ଜେଲରୁ ମୁକୁଳିବେ ବୋଲି ମାନ୍ୟବର ସୁପ୍ରିମେକାର୍ଟ ନିର୍ଦେଶ ଦେଇଛନ୍ତି । ତେବେ ରାଜାଙ୍କର ମୁକୁଳିବା ନେଇ, ନିଜକୁ ଅସୁରକ୍ଷିତ ମନେକରୁଛନ୍ତି ବିରଂଚିଙ୍କ ପତ୍ନୀ ଗୀତାଞ୍ଜଳୀ ଦାସ । ଗୀତାଞ୍ଜଳୀଙ୍କ କହିବାନୁସାରେ, ତାଙ୍କୁ ଏବଂ ଏହି ମାମଲାରେ ଥିବା ୫ ଜଣ ସାକ୍ଷୀ ଓ ଜୁଡୋହଲକୁ ଖୁବଶୀଘ୍ର ସୁରକ୍ଷା ଯୋଗାଇ ଦିଆଯାଉ ।

ଅନ୍ୟପଟେ ଅଭିନେତ୍ରୀ ଲେସଲି ମଧ୍ୟ ଅସୁରକ୍ଷିତ ହୋଇ ପଡିଥିବା ଗଣମାଧ୍ୟମକୁ କହିଛନ୍ତି । ତାଙ୍କ ସହ ତାଙ୍କ ପରିବାରକୁ ପୁଲିସ ବଳ ଯୋଗାଇ ଦିଆଯାଉ ବୋଲି ସେ କହିଛନ୍ତି । ସୁରକ୍ଷା ଯୋଗାଇଦେବା ଘଟଣାରେ, ପ୍ରତିକ୍ରିୟା ରଖିଛନ୍ତି ପୁଲିସ କମିଶନରା ପୁଲିସ କମିଶନରଙ୍କ କହିବାନୁସାରେ, ସୁରକ୍ଷା ନେଇ କେହିବି ଆଲୋଚନା କରିନାହାଁନ୍ତି । ସୁରକ୍ଷା ମାଗିଲେ ନିଶ୍ଚିତ ଭାବେ ଯୋଗାଇ ଦିଆଯିବ । ତେବେ ଏନେଇ କେହିବି ଭୟ କରିବାର କୌଣସି ଆବଶ୍ୟକତା ନାହିଁ ।