ଯାଜପୁର ବିରଜା ମୂର୍ତି ଚୋରି ବଦଳ ଘଟଣା : ୨୭ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

30

ଯାଜପୁର : ଯାଜପୁର ବିରଜା ମୂର୍ତି ଚୋରି ବଦଳ ଘଟଣାରେ ୨୭ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ୨୦୦୪ ଅକ୍ଟୋବର ୨୫ ତାରିଖରେ ବିରଜା ମନ୍ଦିର ମୂର୍ତି ବଦଳ ଘଟଣାକୁ ନେଇ ଲଙ୍କାକାଣ୍ଡ ହୋଇଥିଲା ।  ମୁଖ୍ୟ ଅଭିଯୁକ୍ତ ମହେଶ୍ୱର ପ୍ରଧାନ ମାର୍କଣ୍ଡପୁରର ଦିଲ୍ଲୀପ ମହାପାତ୍ରଙ୍କ ଘରେ ଆଶ୍ରୟ ନେଇଥିବା ଖବର ପ୍ରସାରିତ ପରେ ଉତ୍ୟକ୍ତ ଲୋକମାନେ ପୋଲିସ ଗାଡି ପୋଡି ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ୩ଟି ମାମଲା ରୁଜୁ ହୋଇଥିବା ବେଳେ ୪୨ ଜଣ ଅଭିଯୁକ୍ତ ହୋଇଥିଲେ । ମାମଲା ବିଚାରଧୀନ ଥିବା ବେଳେ ୨ଜଣଙ୍କ ମୃତ୍ୟୁ ହୋଇସାରିଛି । ପୂର୍ବରୁ ୧୨ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ସାକ୍ଷ୍ୟ ପ୍ରମାଣ ଅଭାବରୁ ଆଉ ୨୬ଜଣଙ୍କୁ ଜାମିନ ଦେଇଛନ୍ତି ଯାଜପୁର ସିଜେଏମ ।

ଅଧିକ ତଥ୍ୟ ଜାଣିବା ପାଇଁ ଦେଖନ୍ତୁ ଏହି ଭଡିଓ –