ମୁଖ୍ୟମନ୍ତ୍ରୀଙ୍କ ଗାଈ ଉପହାର ! ୫୦୦୦ ପରିବାରକୁ ଉପହାର ସ୍ୱରୂପ ଗାଈ ପ୍ରଦାନ କରିବେ ତ୍ରିପୁରା ମୁଖ୍ୟମନ୍ତ୍ରୀ

103

କନକ ବ୍ୟୁରୋ : ୫୦୦୦ ପରିବାରକୁ ଉପହାର ସ୍ୱରୂପ ଗାଈ ପ୍ରଦାନ କରିବେ ତ୍ରିପୁରା ମୁଖ୍ୟମନ୍ତ୍ରୀ । କୁପୋଷଣ ସହ ଲଢ଼ିବା ସହ ରୋଜଗାର ସୃଷ୍ଟି କରିବା ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ପାଂଚ ହଜାର ପରିବାରକୁ ୧୦,୦୦୦ ଗାଇ ବାଣ୍ଟିବା ପାଇଁ ଘୋଷଣା କରିଛନ୍ତି । ୫୦୦୦ ପରିବାରକୁ ରୋଜଗାର ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ କରିବା ପାଇଁ ଯାଉଛନ୍ତି । ଯାହାଦ୍ୱାରା ମାତ୍ର ଛଅ ମାସରେ ସେମାନଙ୍କର ଆୟ ଆରମ୍ଭ ହୋଇଯିବ । ବିପ୍ଳବ ଦେବ କହିଛନ୍ତି ଏହାଦ୍ୱାରା ଗରିବ ଓ କୁପୋଷଣ ସହ ଲଢ଼ିବାରେ ଲୋକଙ୍କୁ ସାହାଯ୍ୟ ମିଳିବ ।

ଆଉ ମଧ୍ୟ ସେ କହିଛନ୍ତି ମୁଁ ଉଦ୍ୟୋଗ ସ୍ଥାପନ କରିବା ବିରୋଧରେ ନାହିଁ । କିନ୍ତୁ ୨୦୦୦ ଲୋକଙ୍କୁ ରୋଜଗାର ଦେବାପାଇଁ ୧୦,୦୦୦ କୋଟି ଟଙ୍କା ନିବଶେ କରିବା ପାଇଁ ପଡ଼ିବ । କିନ୍ତୁ ଯଦି ୫୦୦୦ ପରିବାରକୁ ୧୦,୦୦୦ ଗାଈ ପ୍ରଦାନ କରାଯାଏ ତେବେ କ୍ଷୀର ବିକ୍ରି କରି ଛଅ ମାସରେ ହିଁ ଆୟ କରିହେବ । ତେବେ ପ୍ରଥମ ଥର ଏପରି ହେବାକୁ ଯାଉଛି, ଯେଉଁଠି ଏପରି ଏକ ନିଆରା ଯୋଜନା ଆରମ୍ଭ କରୁଛନ୍ତି ବିପ୍ଳବ ଦେବ ।

ସୂଚନାଯୋଗ୍ୟ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ସବୁବେଳେ ତାଙ୍କର ବୟାନ ପାଇଁ ଚର୍ଚ୍ଚାରେ ଥାଆନ୍ତି । ଏହା ପୂର୍ବରୁ ସେ ଦାବି କରିଥଲେ ତ୍ରିପୁରାର ଯୁବଗୋଷ୍ଠୀ, ସରକାର ପାଇଁ ରାଜନୌତିକ ଦଳକୁ ପଛେ ପଛେ । ସେ ଯୁବଗୋଷ୍ଠୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଏବେ ସମୟ ମହତ୍ୱପୂର୍ଣ୍ଣ । ସରକାରୀ ଚାକିରି ପାଇଁ ନେତାଙ୍କ ପାଖକୁ ଦୌଡ଼ିବା ଦରକାରେ ନାହିଁ । ଗ୍ରାଜୁଏଟଙ୍କୁ ୧୦ ବର୍ଷରେ ୧୦ ଲକ୍ଷ ଟଙ୍କା ଆୟ ପାଇଁ ଗାଇ ଓ କ୍ଷୀର ମିଳିବା ଦରକାର । ମୁଖ୍ୟମନ୍ତ୍ରୀ କହିଥିଲେ ରାଜନେତିକ ଦଳ ପାଖକୁ ଦୈଡ଼ିବା ପରିବର୍ତ୍ତେ କିଛି ନମିଳିଲେ ଜୀବିକା ପାଇଁ ପାନ ଦୋକାନ ଖୋଲନ୍ତୁ । ପାନ ଦୋକାର ଖୋଲିଲେ ପାଖାପାକି ୫ ଲକ୍ଷ ଟଙ୍କା ସଂଚୟ ହୋଇପାରିବ ।