ମଂଚରେ ଦଣ୍ଡ ମାରିଲେ ମୁଖ୍ୟମନ୍ତ୍ରୀ । ଇଣ୍ଡିଆ ଟୁଡେ କନକ୍ଲେଭରେ ୪୫ଟି ପୁସଅପ ମାରିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ

47

କନକ ବ୍ୟୁରୋ: ଇଣ୍ଡିଆ ଟୁଡେ କନକ୍ଲେଭରେ ମଂଚ ଉପରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଗୋଟିଏ ଥରରେ ୪୫ଟି ଦଣ୍ଡ ମାରିଛନ୍ତି । କୋଲକାତାରେ ଚାଲିଥିବା ଏହି କନକ୍ଲେଭରେ ଦର୍ଶକଙ୍କ କରତାଳି ମଧ୍ୟରେ ବିପ୍ଲବ ଦେବ ଏହି ପୁସଅପ ମାରିଥିଲେ ।

କ୍ରିଡା ମନ୍ତ୍ରୀ ରାଜବର୍ଦ୍ଦନ ସିଂହ ରାଠୋରଙ୍କ ଫିଟନେସ ଚ୍ୟାଲେଂଜକୁ ସେ ଗ୍ରହଣ କରିଥିବା ଏହି ଅବସରରେ କହିଥିଲେ । ପୂର୍ବରୁ ଗତ ଜୁନ ମାସରେ ଅଗରତାଲା ଠାରେ ବିପ୍ଲବ ଦେବ କହିଥିଲେ ଯୁବପୀଢି ଯଦି ୨୦ରୁ ୪୦ଟି ପୁସଅପ ମାରନ୍ତି ତେବେ ସେମାନେ ସୁସ୍ଥ ଅନୁଭବ କରିବେ ।

ତ୍ରିପୁରାର ଯୁବବର୍ଗ ଦୈନିକ ୩୦-୪୦ଟି ଦଣ୍ଡବୈଠକ ମାରିଲେ ତ୍ରିପୁରାର ୫୬ ଇଂଚ ଛାତିହେବ, ଯାହା ରାଜ୍ୟର ବିକାଶର ସହାୟକ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ବ୍ଲିପବ ଦେବ ।