ନୂଆ ସେନା ମୁଖ୍ୟ ହେଲେ ଜେନେରାଲ ବିିପିନ ରାୱତ! ଦଲବିର ସିଂଙ୍କ ଠାରୁ ନେଲେ ଦାୟିତ୍ୱ

32

କନକ ବ୍ୟୁରୋ: ଦାୟିତ୍ୱ ଗ୍ରହଣ କଲେ ନୂଆ ସେନାମୁଖ୍ୟ । ଜେନରାଲ ବିପିନ ରାୱତ ଆଜି ସେନାମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ସେନାମୁଖ୍ୟ ଜେନରାଲ ଦଲବୀର ସିଂ ସୁହାଗଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନରାଲ ରାୱତ ।

ଅନ୍ୟପଟେ ଆଜି ଅବସର ଗ୍ରହଣ କରିଛନ୍ତି ଜେନରାଲ ଦଲବୀର ସିଂ ସୁହାଗ । ଦୀର୍ଘ ୪୩ ବର୍ଷ ଧରି ଭାରତୀୟ ସେନାର ସେବା କରିବା ପରେ ଅବସର ନେଇଛନ୍ତି ସୁହାଗ । ଏହି ଅବସରରେ ସେ ସହିଦ୍ ଯବାନମାନଙ୍କୁ ସମ୍ମାନ ଜଣାଇବା ସହ ଭାରତୀୟ ସେନାକୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସୁରକ୍ଷାବାହିନୀ ବୋଲି କହିଛନ୍ତି ।

ଏହା ସହ ସେନା ଅପରେସନରେ ସଂପୂର୍ଣ୍ଣ ସ୍ୱାଧୀନତା ଦେଇଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ସେନାକୁ ସମର୍ଥନ ଓ ସମ୍ମାନ ଦେଇଥିବାରୁ ଦେଶର ନାଗରିକଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ଜେନରାଲ ସୁହାଗ ।